ବାଲେଶ୍ବର: ଚାନ୍ଦିପୁରରେ ପର୍ଯ୍ୟଟକଙ୍କୁ ଲୁଟ୍ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ଶୁକ୍ରବାର ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ପୋଲିସ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୁରୁବାର ଦିନ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏନେଇ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି ।
ମେ ୨୯ ତାରିଖରେ କେରଳର ଜଣେ କେରଳ ପର୍ଯ୍ୟଟକ ସେମିତ ଦୱାଶୀ ନାମକ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରିଥିଲେ ଅଭିଯୁକ୍ତ । ପର୍ଯ୍ୟଟନ ସ୍ଥାନ ଦେଖାଇବା ନାଁରେ ସ୍ଥାନୀୟ ତୁଳସୀପଦାରେ ନଇ ପାଖକୁ ନେଇ ତାଙ୍କୁ ହତ୍ୟା କରି ଲୁଟ୍ କରିଥିଲେ ଅଭିଯୁକ୍ତ । ମରଣାନ୍ତକ ଆକ୍ରମଣ କରିବା ସହିତ 15 ହଜାର ଟଙ୍କା ଲୁଟ କରିଥିଲେ । ଏହି ମାମଲା ଜୁନ୍ ୩ ତାରିଖରେ ରୁଜୁ କରାଯାଇଥିଲା । ମାମଲାର ତଦନ୍ତ କରି ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ମଧ୍ୟ ସାମିଲ ରହିଛି ।
ମାମଲା ରୁଜୁ ହେବାପରେ ପୋଲିସ ବିଭିନ୍ନ ସ୍ଥାନା ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଖୋଜା ଚଳାଇଥିଲା । ଶୁକ୍ରବାର ଗିରଫ ଦୁଇ ଅଭିଯୁକ୍ତ ପୁରୁଣା ବାଲେଶ୍ୱର ଅଞ୍ଚଳର ସୁଧି ରଞ୍ଜନ ମାଝୀ, ଓ ଅଭିଜିତ ସିଂ ବୋଲି ଜଣା ପଡ଼ିଛି । ଦୁଇଜଣ ନାବାଳକଙ୍କୁ ଛାଡ଼ି ବାକି ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । କେରଳ ପର୍ଯ୍ୟଟକ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଟାଉନ ଥାନା ପୋଲିସ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।