ETV Bharat / state

ବାଲେଶ୍ୱରରେ କାଳବୈଶାଖୀ, ଉଡିଗଲା ଚାଳ ଛପର - କାଳବୈଶାଖୀ

ବାଲେଶ୍ବରରେ ତାଣ୍ଡବ ରଚିଛି କାଳବୈଶାଖୀ । ଏହାର ପ୍ରଭାବରେ ନିଳଗିରିରେ ଉଡିଲା ଚାଳ ଛପର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 14, 2019, 6:51 PM IST

ବାଲେଶ୍ୱର: ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ବାଲେଶ୍ବର ବାସୀ । ତେବେ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଥିବାବେଳେ ମଙ୍ଗଳବାର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଲୋକେ ଟିକେ ଆସ୍ବଶ୍ତି ଲାଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଅପରାହ୍ନ ସମୟରେ ପବନ ସାଙ୍ଗକୁ ଘଡଘଡି ଓ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି । ପବନର ପ୍ରକୋପ ଯୋଗୁଁ ଦୀର୍ଘ ସମୟ ଜିଲ୍ଲାରେ ବିଦ୍ୟୁତ ସରାବରାହ ବନ୍ଦ ରହିଥିଲା । ଜିଲ୍ଲାରେ ପାଖାପାଖି 45 ମିନିଟ ଧରି କାଳବୈଶାଖୀ ଲାଗି ରହିଥିଲା।

ତେବେ ଏହାର ପ୍ରକୋପ ନୀଳଗିରି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା । ବେଗୁନିଆ ପଞ୍ଚାୟତ ତୋଟାପଡା ଅଞ୍ଚଳର ମହେଶ୍ୱର ନାୟକଙ୍କ ଘର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛି । ମହେଶ୍ବରଙ୍କ ଘରେ ଥିବା କିଛି ଜିନିଷ ପତ୍ର ପବନ ଭାଙ୍ଗି ପକାଇଥିବା ବେଳେ ଆଉ କିଛି ଉଡାଇ ନେଇଥିବା ଜଣାପଡିଛି।

ଜିଲ୍ଲାରେ 10 ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.