ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡଗରପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ସମସ୍ତ ଛାତ୍ରୀଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସୋର ମେଡ଼ିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଅନୁସାରେ, ଡଗରପଡା ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ହଠାତ 3 ଛାତ୍ରୀ ଅସୁସ୍ଥ ହୋଇଯାଇଥିଲେ । ସମସ୍ତ ଛାତ୍ରୀଙ୍କର ଛାତିରେ ଯନ୍ତ୍ରଣା ଯୋଗୁଁ ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ସୋର ମେଡ଼ିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ 3 ଜଣ ଛାତ୍ରୀଙ୍କୁ ବାଲେଶ୍ଵର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଏମିତି ଗୁରୁତର ହୋଇପଡିଥିଲେ। ଅଭିଭାବକମାନେ ପିଲାମାନଙ୍କୁ ସୋର ମେଡ଼ିକାଲଙ୍କୁ ନେଇଥିଲେ। ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରୀମାନଙ୍କୁ ମେଡ଼ିକାଲ ନେଇନଥିବାରୁ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଅସୁସ୍ଥତାର ପକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ମଧ୍ୟାହ୍ନ ଭୋଜନ ଯୋଗୁଁ ହୋଇଥିବା ଅନୁମାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ସଦସ୍ୟ ଗୁରୁତର
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୦ ତାରିଖରେ ଢେଙ୍କାନାଳରେ ମଧ୍ୟାହ୍ନ ଭୋଜନ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଆଜି ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ତେବେ ସମସ୍ତଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୪୫ଜଣ ଛାତ୍ରଛାତ୍ରୀ ପଢନ୍ତି । ଶୁକ୍ରବାର ୨୬୪ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ ।
ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ବ ଗାଁ ର ମହିମା ସ୍ଵଂୟ ସହାୟକ ଗୋଷ୍ଠୀ ନେଇଥିବା ବେଳେ, ମଧ୍ୟାହ୍ନ ଭୋଜନରେ ସୋୟା ବଡ଼ି ତରକାରୀ ହୋଇଥିଲା । ତେବେ ଏହି ବଡ଼ିରେ ପୋକ ରହିଥିଲା ବୋଲି ପିଲା କହିଛନ୍ତି, ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନ ଅତି ନିମ୍ନମାନର ହେଉଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବାବେଳେ, ସମ୍ପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଭାବକ ଦାବି କରିଥିଲେ ।
ଇଟିଭି ଭାରତ, ବାଲେଶ୍ବର