ETV Bharat / state

କୁନି ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଲୁଟେରାକୁ କାବୁ କଲେ ଗ୍ରାମବାସୀ

କୁନି ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଲୁଟରାର ଲୁଟ ଉଦ୍ୟମ ବିଫଳ । ଘରେ ପସି ମହିଳାଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ କରୁଥିବା ବେଳେ କାବୁ କରି ମାଡ ମାରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

thieft arrested in balasore after failed to loot from a home
କୁନି ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଲୁଟେରାକୁ କାବୁ କଲେ ଗ୍ରାମବାସୀ
author img

By

Published : May 22, 2022, 2:20 PM IST

ବାଲେଶ୍ବର: କୁନି ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଲୁଟରାର ଲୁଟ୍‌ ଉଦ୍ୟମ ବିଫଳ । ଘରେ ପସି ମହିଳାଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ କରୁଥିବା ବେଳେ କାବୁ କରି ମାଡ ମାରିଲେ ଗ୍ରାମବାସୀ । ଏହାପରେ ଲୁଟେରାକୁ ପୋଲିସ ଜିମା ମଧ୍ୟ ଦେଇଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଅଧିନ ଅନନ୍ତପୁର ଗାଁରେ । ସୂଚନା ଅନୁଯାୟୀ, ଅନନ୍ତପୁର ଗାଁର ଉଜ୍ଜ୍ୱଳ ଜେନାଙ୍କ ଘରେ ଗତରାତିରେ କେହି ନଥିବାର ସୁଯୋଗ ନେଇ ମଧୁପୁରା ଗ୍ରାମର ଲିପନ ଜେନା ଘରେ ପଶି ଉଜ୍ଜ୍ୱଳଙ୍କ ସ୍ତ୍ରୀ ପଲ୍ଲବୀଙ୍କୁ ପାଣି ମାଗିଥିଲେ ।

କୁନି ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଲୁଟେରାକୁ କାବୁ କଲେ ଗ୍ରାମବାସୀ

ପଲ୍ଲବୀ ପାଣି ଆଣିବାକୁ ଯାଇଥିବା ବେଳେ ଲିପନ ତାଙ୍କ ଘର ଭିତରେ ପଶି ଆଲମାରୀ ଖୋଲିବାକୁ ଚେଷ୍ଟା କରିଥିଲେ । ଏହାଦେଖି ପଲ୍ଲବୀ ବିରୋଧ କରିବାରୁ ଲିପନ ତାଙ୍କୁ ପ୍ରବଳ ମାଡ଼ ମାରି ସୁନା ଗହଣା ଲୁଟ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପଲ୍ଲବୀଙ୍କ ୪ ବର୍ଷର କୁନିପୁଅ ଘରୁ ବାହାରକୁ ପଳାଇ ଲୋକଙ୍କୁ ଡାକିବାକୁ ଚେଷ୍ଟା କରିଥିଲା । ମାତ୍ର ସେ କଥା କହି ପାରୁ ନଥିବାରୁ ଲୋକମାନେ କିଛି ବୁଝି ପାରି ନଥିଲେ ବରଂ ପିଲାଟିକୁ ପୁଣି ଘରେ ଛାଡ଼ି ଦେଇଥିଲେ । ହେଲେ ପିଲାଟି ପୁଣି ବାହାରକୁ ଆସି ଲୋକଙ୍କୁ ଡାକିବାକୁ ଚେଷ୍ଟା କରିଥିଲା । ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ହେବାରୁ ସେମାନେ ଘରେ ପଶିଥିଲେ ।

ପଲ୍ଲବୀଙ୍କୁ ଏକ ଘର ଭିତରେ ବନ୍ଦ କରି ଲିପନ ମାଡ଼ ମାରୁଥିବାବେଳେ ଲୋକମାନେ କବାଟ ଖୋଲିଥିଲେ ଓ ପଲ୍ଲବୀଙ୍କୁ ଉଦ୍ଧାର କରିଥିଲେ । ଏଥିସହ ଲିପନକୁ କାବୁ କରି ମାଡ ମାରିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲା । ଅନ୍ୟପଟେ ଗୁରୁତର ଆହତ ହୋଇ ପଲ୍ଲବୀ ଏବେ ବାଲେଶ୍ଵର ମେଡିକାଲରେ ଚିକତ୍ସିତ ହେଉଛନ୍ତି । ତେବେ ପଲ୍ଲବୀଙ୍କ କୁନି ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଘଟଣା ଟଳି ଯାଇଥିବା ବେଳେ ପିଲାଟିକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.