ETV Bharat / state

ମେଡ଼ିକାଲ ପରିସରରୁ ଚୋରି, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

author img

By

Published : Jan 10, 2021, 12:52 PM IST

ମୁଖ୍ୟ ଚିକିତ୍ସାଳୟରେ ଥିବା ଫାଣ୍ଡି ପୋଲିସ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଡିୟୁଟିରେ ଥିବା ପୋଲିସ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ନେଇ ଆସୁଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ମେଡ଼ିକାଲ ପରିସରରୁ ଚୋରୀ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ବାଲେଶ୍ବର: ମୁଖ୍ୟ ଚିକିତ୍ସାଳୟରେ ଥିବା ଫାଣ୍ଡି ପୋଲିସ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଡିୟୁଟିରେ ଥିବା ପୋଲିସ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ରାତି ବେଳେ ନେଇ ଆସୁଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏନେଇ ସମ୍ପୃକ୍ତ ପୋଲିସଙ୍କୁ ପଚାରିବାରୁ ସେମାନେ ଓଲଟା ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି। ସେହିପରି ମେଡିକାଲ ପରିସରରେ ଥିବା ଗାଡି ଷ୍ଟାଣ୍ଡରୁ ଗାଡି ଚୋରି ହେବା ସହ ମେଡ଼ିକାଲ ପରିସରରୁ ସୁନା ଲୁଟି ନେଉଥିବା ଅଭିଯୋଗ ହୋଇଛି।

ଏ ସମସ୍ତ ଘଟଣାକୁ ଦେଖିଲେ ମେଡିକାଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟମାନଙ୍କ ସୁରକ୍ଷା ଦିଗରେ ପ୍ରଶାସନ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ସମସ୍ତ ଘଟଣାକୁ ଗୁରୁତର ସହ ନେଇ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.