ETV Bharat / state

ଜାଲ ନୋଟ କାରବାର ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ - ଜାଲନୋଟ କାରବାର ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

ଜାଲ ନୋଟ କାରବାର ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ....

The young man was brutally beaten on charges of counterfeiting
ଜାଲନୋଟ କାରବାର ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼
author img

By

Published : Jul 29, 2020, 10:19 AM IST

Updated : Jul 29, 2020, 11:50 AM IST

ବାଲେଶ୍ଵର: ଜାଲ ନୋଟ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ । ସୁନ୍ଦରପୁର ଅଞ୍ଚଳର ଏକ ଦୋକାନରୁ ଜଣେ ଯୁବକ କିଣାକିଣି କରିବା ପରେ ଦୋକାନୀଙ୍କୁ 100 ଟଙ୍କିଆ ନୋଟ ବଢ଼ାଇଥିଲେ।

ଜାଲ ନୋଟ କାରବାର ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

ଦୋକାନୀ ଜଣଙ୍କ ନୋଟଟି ନକଲି ବୋଲି ଜାଣି ଯୁବକଙ୍କୁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜାଲନୋଟ ଦେଇଥିବା ଯୁବକ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ । ପରେ, ଗଛରେ ବାନ୍ଧି ଦେଇ ନିସ୍ତୁକ ମାଡ଼ ମାରିଥିଲେ। ତେବେ ଯୁବକ ପାଖରୁ 3600 ଟଙ୍କା ଜାଲ ନୋଟ ଜବତ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Jul 29, 2020, 11:50 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.