ETV Bharat / state

ଗୋଦାମ ଭାଙ୍ଗି ବୋହିନେଲେ ରିଲିଫ ଚାଉଳ - ଗୋଦାମ

ସରପଞ୍ଚ ରିଲିଫ ସାମଗ୍ରୀ ହଡପ କରୁଥିବା ଅଭିଯୋଗ କରି ଟାୟାର ଜାଳି ଲୋକେ ବୋହି ନେଲେ ରିଲିଫ ଚାଉଳ । ଅଧିକ ପଢନ୍ତୁ...

ଗୋଦାମ ଭାଙ୍ଗି ଲୋକେ ବୋହିନେଲେ ରିଲିଫ ଚାଉଳ
ଗୋଦାମ ଭାଙ୍ଗି ଲୋକେ ବୋହିନେଲେ ରିଲିଫ ଚାଉଳ
author img

By

Published : Jun 6, 2021, 10:21 AM IST

ବାଲେଶ୍ବର: ଜିଲ୍ଲାର ରେମୁଣା ବ୍ଲକ ତୁଣ୍ଡରା ପଞ୍ଚାୟତରେ ଗୋଦାମ ଭାଙ୍ଗି ଲୋକେ ବୋହିନେଲେ ରିଲିଫ ଚାଉଳ । ବାତ୍ୟା ପୀଡ଼ିତ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ଆସିଥିବା ବେଳେ ତିନୋଟି ଗାଁକୁ ଦିଆଯାଇ ଅନ୍ୟ ଗାଁ କୁ ଦିଆଯାଇ ନଥିଲା। ଅନ୍ୟପଟେ ଇଞ୍ଚୁଡି ଆସିଥିବା ରିଲିଫ ଚାଉଳ ବିଳମ୍ବିତ ରାତି ଯୋଗୁଁ ତୁଣ୍ଡରା ପଞ୍ଚାୟତ ଅଫିସରେ ରଖା ଯାଇଥିଲା। ସକାଳେ ଇଞ୍ଚୁଡିରୁ ଚାଉଳ ନେବାପାଇଁ ଟ୍ରାକ୍ଟର ଲାଗିଥିଲା।

ଗୋଦାମ ଭାଙ୍ଗି ଲୋକେ ବୋହିନେଲେ ରିଲିଫ ଚାଉଳ

ତେବେ ସରପଞ୍ଚ ରିଲିଫ ସାମଗ୍ରୀ ହଡପ କରୁଥିବା ଲୋକମାନେ ଅଭିଯୋଗ କରି ପଞ୍ଚାୟତ ଅଫିସ ଆଗରେ ଟାୟାର ଜାଳି ଉତ୍ୟକ୍ତ ଲୋକମାନେ ରିଲିଫ ଚାଉଳ ବୋହି ନେଇଥିଲେ। ସମସ୍ତ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ ଦାବି କରି ଲୋକଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ସରପଞ୍ଚଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଏନେଇ ରେମୁଣା ବିଡ଼ିଓ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.