ବାଲେଶ୍ବର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟି ଘଟଣା ସାମ୍ନାକୁ ଆସିଛି । ପରୀକ୍ଷା କେନ୍ଦ୍ରରେ ପିଲାଙ୍କୁ କପି ଯୋଗାଉଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପଦ୍ମଲୋଚନ ଉଚ୍ଚ ବିଦ୍ୟାଳୟର ।
ଉକ୍ତ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ଅଭିଭାବକମାନେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଉଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ପ୍ରଶ୍ନପତ୍ରକୁ ମୋବାଇଲରେ ଫଟୋ ଉଠାଇବା ଘଟଣା ମଧ୍ୟ ଭିଡିଓ ଜରିଆରେ ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ