ETV Bharat / state

ପ୍ରଚାର ମୈଦାନରେ ପର୍ଯ୍ୟଟନ ମନ୍ତ୍ରୀ, ଘର ବାହୁଡୁଛନ୍ତି କର୍ମୀ - tourism minister is campaigning

ବାଲେଶ୍ଵର ସଦର ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ବିଭିନ୍ନ ୱାର୍ଡ ବୁଲି ପ୍ରଚାର କରିବା ସହ ଅନ୍ୟଦଳର କର୍ମୀମାନଙ୍କୁ ବିଜେଡିରେ ସାମିଲ କରାଉଛନ୍ତି ନେତା । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ପଛରେ ନାହାନ୍ତି । ଅଧିକ ପଢନ୍ତୁ:

balasore-by-election
ପ୍ରଚାର ମୈଦାନରେ ପର୍ଯ୍ୟଟନ ମନ୍ତ୍ରୀ,
author img

By

Published : Oct 20, 2020, 3:41 PM IST

Updated : Oct 20, 2020, 4:01 PM IST

ବାଲେଶ୍ବର: ପାଖେଇ ଆସୁଛି ବାଲେଶ୍ଵର ସଦର ଉପନିର୍ବାଚନ ତାରିଖ । ଏଥିପାଇଁ ଏବେ ବିଜେଡିର ରାଜ୍ୟସ୍ତରୀୟ ନେତା ବାଲେଶ୍ବରରେ ଡେରା ପକାଇଛନ୍ତି। ନେତାମନ୍ତ୍ରୀ ମାନେ ବିଭିନ୍ନ ୱାର୍ଡ ବୁଲି ପ୍ରଚାର କରିବା ସହ ଅନ୍ୟଦଳର କର୍ମୀମାନଙ୍କୁ ବିଜେଡିରେ ମିଶାଉଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ପଛରେ ନାହାନ୍ତି।

ପ୍ରଚାର ମୈଦାନରେ ପର୍ଯ୍ୟଟନ ମନ୍ତ୍ରୀ,

ମନ୍ତ୍ରୀ ବିଭିନ୍ନ ୱାର୍ଡ ଓ ପଞ୍ଚାୟତକୁ ଯାଇ ଭୋଟର ତଥା ଅସନ୍ତୁଷ୍ଟ କର୍ମୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ସେହିପରି ପାତ୍ରପଡ଼ା ପଞ୍ଚାୟତରେ ମନ୍ତ୍ରୀ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ଯେଉଁଠି ଅନ୍ୟ ଦଳର ବହୁ କର୍ମୀ ବିଜେଡିରେ ମିଶିଥିବା ଦେଖିବାକୁ ମିଳିଥିଲା।

ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ 30ରୁ 40 ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି ମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେହିପରି ମନ୍ତ୍ରୀ ଲୋକଙ୍କ ପାଖକୁ ବିଜେଡିର ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 20, 2020, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.