ETV Bharat / state

କୁମ୍ଭାର ଚକରେ ଗଢି ଜୀବନ୍ୟାସ ପାଉଛି ମାଟି, ଲୋଡା ସରକାରୀ ସହାୟତା

author img

By

Published : Dec 5, 2020, 5:14 PM IST

ବାଲେଶ୍ଵର ଗୁଡୁଦା ପାଟନା ଗାଁର କୁମ୍ଭକାର ମାଟିକୁ ଦେଉଛନ୍ତି ଜୀବନ । ମାଟିରୁ ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ସାମଗ୍ରୀ । ଅଧିକ ପଢନ୍ତୁ...

The potter's wheel is made of clay, and there is a lack of government assistance
କୁମ୍ଭାର ଚକରେ ଗଢି ଜୀବନ୍ୟାସ ପାଉଛି ମାଟି, ସରକାରୀ ସହାୟତାର ରହିଛି ଅଭାବ

ବାଲେଶ୍ଵର : କୁମ୍ଭାର ଚକରେ ଗଢି ଜୀବନ୍ୟାସ ପାଉଛି ମାଟି । ମାଟିରୁ ବିଭିନ୍ନ ପ୍ରକାରର ଘର କରଣା ଜିନିଷ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଗୁଡୁଦା ପାଟନା ଗାଁର କୁମ୍ଭକାରଙ୍କ କଥା । କୁମ୍ଭକାର ଭାବେ ସେମାନେ କେବଳ ଯେ ମାଟିରେ ହାଣ୍ଡି, କଳସି ତିଆରି କରୁଛନ୍ତି ତାହା ନୁହେଁ ବରଂ କଳା ରଙ୍ଗର ଘୋଡା, ହାତୀ ତିଆରି କରି ଗ୍ରାମବାସୀ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ପରିଚୟ।

ଗାଁର ସମୁଦାୟ 70 ରୁ 80 ପରିବାର କୁମ୍ଭକାର ହୋଇଥିବାବେଳେ ଏହି କୌଳିକ ବୃତ୍ତିକୁ ଆଜିଯାଏ କେବଳ 25 ପରିବାର ବଞ୍ଚାଇ ରଖିଛନ୍ତି । ସେ ବାହାଘର ହେଉ କି ବ୍ରତଘର କି କୌଣସି ପୂଜାପର୍ବ । ସବୁଥିରେ କୁମ୍ଭକାରଙ୍କ କାରିଗରୀରେ ତିଆରି ହୋଇଥିବା ମାଟି ସାମଗ୍ରୀ ପ୍ରଥମେ ଖୋଜା ପଡିଥାଏ । ପ୍ଲାଷ୍ଟିକ ଯୁଗରେ ମାଟି ସାମଗ୍ରୀର ଚାହିଦା କମ ରହିଛି ସତ ହେଲେ ନୂତନ ଭାବନା ଓ କାରିଗରୀରେ ସମସ୍ତେ ଆକୃଷ୍ଟ ହୋଇଛନ୍ତି । ସକାଳ ହେଲେ କୁମ୍ଭକାର ପରିବାର ଆରମ୍ଭ କରନ୍ତି ସେମାନଙ୍କ କାରୁକାର୍ଯ୍ୟ । କୁମ୍ଭାର ଚକରେ ଗଢି ଦିଅନ୍ତି ମନମୁଗ୍ଧକର ଓ ଆକର୍ଷଣୀୟ ମାଟି ସାମଗ୍ରୀ । ମାଟି ଆଣି ଚକଟି କୁମ୍ଭାର ଚକ ମାଧ୍ୟମରେ ଏହି କୁମ୍ଭକାରମାନେ ଉଜ୍ଜୀବିତ କରିଥାନ୍ତି ସେମାନଙ୍କ ପରମ୍ପରା ।

30ରୁ ଅଧିକ ପ୍ରକାରର ମାଟି ତିଆରି ସାମଗ୍ରୀ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ମାସକୁ 5 ରୁ 10 ହଜାର ଟଙ୍କା ରୋଜଗାର ହୋଇଯାଇଥାଏ । କୁମ୍ଭକାରଙ୍କ କଳାକୃତି ଆଗରେ ସତେ ଯେମିତି ମେସିନ ତିଆରି ପ୍ଲାଷ୍ଟିକ ସାମଗ୍ରୀ ଫିକା ପରି ମନେ ହୁଏ । ଅନେକ କଳାକୃତି ମଧ୍ୟରୁ ଏହି ଗାଁର କୁମ୍ଭକାରମାନେ ତିଆରି କରନ୍ତି ମାଟିର ଘୋଡା, ହାତୀ ଓ ବିଭିନ୍ନ ପ୍ରକାରର ପ୍ରତିମୂର୍ତ୍ତୀ । ବିଶେଷ କରି ପ୍ରତି କୁମ୍ଭକାର ପରିବାର ଘୋଡା ତିଆରି କରିବାର ପାରିଦର୍ଶିତା ହାସଲ କରିଛନ୍ତି । କଳା ରଙ୍ଗର ଘୋଡା ତିଆରି କରି ପର୍ବ ପର୍ବାଣୀ, ଠାକୁରାଣୀ ପୂଜା ଆଦିରେ ବ୍ୟବହାର ଯୋଗ୍ୟ କରାଇ କୁମ୍ଭକାରମାନେ ଗୁଜୁରାଣ ମେଣ୍ଟାଇଥାଆନ୍ତି । ଗ୍ରାମରେ ଥିବା ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନେ ମଧ୍ୟ ଘୋଡା ତିଆରି କରି ରୋଜଗାରର ମାଧ୍ୟମ ଖୋଜିଛନ୍ତି । ପ୍ରାୟ 40 ଜଣ ମହିଳା ନିଜ ହାତରେ ଘୋଡା ହାତୀ ତିଆରି କରି ବଜାରରେ ବିକ୍ରି କରିଥାନ୍ତି । ତେବେ କୁମ୍ଭକାରର ଗାଁ ଗୁଡୁଦା ପାଟନା ଏବେ ସେମାନଙ୍କ କାରିଗରୀ ପାଇଁ ପାଇଛି ନୂଆ ପରିଚୟ । ସରକାରୀ ସ୍ତରରେ ସେମାନଙ୍କୁ ଇଲେକ୍ଟ୍ରି କୁମ୍ଭକାର ଚକ, ଇଲେକ୍ଟ୍ରି ଭାଟିର ବ୍ୟବସ୍ଥା କରାଇବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ. ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.