ETV Bharat / state

ବାବା ମଣିନାଗେଶ୍ବରଙ୍କ ଅଲୌକିକ ମହିମା: କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଏଠି ହୁଏ ପୂଜା

ବାଲେଶ୍ବର ସହରରୁ ପ୍ରାୟ 10 କିଲୋମିଟର ଦୂରରେ ରହିଛି ବର୍ଦ୍ଧନପୁରର ଐତିହାସିକ ବାବା ମଣିନାଗେଶ୍ବର ମନ୍ଦିରଙ୍କ କଥା । ପ୍ରାୟ 600 ବର୍ଷର ପୁରୁଣା ଏହି ମନ୍ଦିରରେ ରହିଛି ଅନେକ ଅଲୌକିକ ମହିମା । ଜାଣନ୍ତୁ ମନ୍ଦିରର କିଛି ଅଜଣା ଓ ରୋଚକ ତଥ୍ୟ ସମ୍ପର୍କରେ...

The miraculous glory of Baba Maninageshwar
ବାବା ମଣିନାଗେଶ୍ବରଙ୍କ ଅଲୌକିକ ମହିମା: କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଏଠି ହୁଏ ପୂଜା
author img

By

Published : Jul 19, 2020, 9:03 AM IST

ବାଲେଶ୍ବର: ପ୍ରାୟ 600 ବର୍ଷର ପୁରୁଣା ମନ୍ଦିର । ଏହି ମନ୍ଦିରରେ ରହିଛି ଅନେକ ଅଲୌକିକ ମହିମା । ଯେଉଁଥିପାଇଁ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଏହି ମନ୍ଦିର ପ୍ରତି ଅତୁଟ । ଆମେ କହୁଛୁ ବାଲେଶ୍ବର ସହରରୁ ପ୍ରାୟ 10 କିଲୋମିଟର ଦୂରରେ ରହିଛି ବର୍ଦ୍ଧନପୁରର ଐତିହାସିକ ବାବା ମଣିନାଗେଶ୍ବର ମନ୍ଦିରଙ୍କ କଥା ।

କିମ୍ବଦନ୍ତୀ ଅନୁସାରେ, ପାଣ୍ଡଵମାନେ ଅଜ୍ଞାତବାସରେ ଆସି କିଛିଦିନ ଏହି ସ୍ଥାନରେ ରହିଥିଲେ । ସ୍ନାନ ପରେ ପାଣ୍ଡବମାନେ ପ୍ରତ୍ୟହ ଶିବ ଦର୍ଶନ କରୁଥିଲେ । ସେତେବେଳେ ଉକ୍ତ ଅଞ୍ଚଳରେ କୌଣସି ଶିବ ମନ୍ଦିର ନଥିଲା । ସେଥିପାଇଁ ଯୁଧିଷ୍ଠିରଙ୍କ ପରାମର୍ଶ କ୍ରମେ ଅର୍ଜୁନ ତୀର ମୁନରେ ପାତାଳରୁ 5ଟି ଶିବ ଶମ୍ଭୁ ବାହାର କରି ଭିନ୍ନ ଭିନ୍ନ ସ୍ଥାନରେ ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ସେରଗଡ଼ର ବାବା ଖଜୁରେଶ୍ବର, ପୁରୁଣା ବାଲେଶ୍ବରର ବାବା ବାଣେଶ୍ବର, ରେମୁଣାର ଗାର୍ଗବେଶ୍ବର, ବାଙ୍କେଶ୍ବରର ବକ୍ରେଶ୍ବର ଓ ବର୍ଦ୍ଧନପୁରର ମଣିନାଗେଶ୍ବର ନାମରେ ନାମିତ ହୋଇଥିଲା ଏହି 5ଟି ଶିବ ମନ୍ଦିର ।

ପ୍ରତିଦିନ ସକାଳେ ସ୍ନାନ ସାରିବା ପରେ ପାଣ୍ଡଵମାନେ ଏହି ପାଞ୍ଚ ଶିଵଶମ୍ଭୁଙ୍କୁ ଦର୍ଶନ କରୁଥିଲେ । ପରବର୍ତ୍ତୀ ସମୟରେ ଗଙ୍ଗ ବଂଶର ରାଜାମାନେ ଓଡିଶାକୁ ଶାସନ କରୁଥିବା ବେଳେ ଏହି ପୀଠ ସଂସ୍ପର୍ଶରେ ଆସିଥିଲେ । ସେତେବେଳେ ରାଜାମାନେ ମନ୍ଦିର ନିର୍ମାଣ କରିଥିଲେ ।

ବାବା ମଣିନାଗେଶ୍ବରଙ୍କ ଅଲୌକିକ ମହିମା: କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଏଠି ହୁଏ ପୂଜା

ଏ ଥିଲା କିମ୍ବଦନ୍ତୀ ହେଲେ ବାବାଙ୍କ ମହିମା ଭିତରେ ଲୁଚି ରହିଛି ଅନେକ ବାସ୍ତବ ଜୀବନର କଥା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା ହେବା ପରେ ପ୍ରଥମ କରି ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା । ବୈଜ୍ଞାନିକମାନଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ବି ବାରମ୍ବାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇ ପାରିନଥିଲା । ସେତେବେଳେ ମିସାଇଲ ମ୍ୟାନ ଭାବେ ପରିଚିତ ଡ଼ଃ ଅବଦୁଲ କଳାମଙ୍କ ତତ୍ବାବଧାନରେ ଏହି ପରୀକ୍ଷଣ କରାଯାଉଥିଲା । ବାରମ୍ବାର ପରୀକ୍ଷଣ ବିଫଳ ହେବାପରେ ଶେଷରେ କଲାମ ନିଜ ଟିମ ସହ ମଣିନାଗେଶ୍ବରଙ୍କ ପୂଜାର୍ଚ୍ଚନା କରି ସାନିଧ୍ୟ ଲାଭ କରିଥିଲେ । ପରେ ଅଗ୍ନି ମିସାଇଲର ସଫଳ ପରୀକ୍ଷଣ ହୋଇଥିଲା । ଆଉ ଆଜି ବି କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ବାବା ମଣିନାଗେଶ୍ବରଙ୍କ ପୂଜାର୍ଚ୍ଚନା କରାଯାଇଥାଏ ।

ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ବୀକୃତି ମିଳିଥିବା ଏହି ପବିତ୍ର ସ୍ଥାନ ଆଜି ବି ଦୃଷ୍ଟି ଆଢୁଆଳରେ ରହିଯାଇଛି । ପୀଠର ଉନ୍ନତିକରଣ ପାଇଁ ଏବେ ବି ଅନେକ ପଦକ୍ଷେପ ନେବାର ଆଵଶ୍ୟକତା ରହିଛି । ପାନ୍ଥଶାଳା ଠାରୁ ଆରମ୍ଭ କରି ବର୍ଷସାରା ପୀଠରେ ହେଉଥିବା ବିଭିନ୍ନ ପୂଜାରେ ଶାନ୍ତି ଶୃଙ୍ଖଳା ପାଇଁ ନିକଟରେ ଏକ ପୋଲିସ ଫାଣ୍ଡିର ଅଵଶ୍ୟକତା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.