ବାଲେଶ୍ବର: ମଲ୍ଟି ପରପୋଜ ଇଣ୍ଡୋର ଷ୍ଟାଡିୟମ ଦାବି କଲେ କ୍ରୀଡ଼ାବିତ୍ । ବାଲେଶ୍ଵର ନୀଳଗିରି ଠାରେ କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ ଜାତୀୟ ସ୍ତରରେ ଖେଳିଥିବା କ୍ରୀଡ଼ାବିତମାନେ ଏକ ମଲ୍ଟି ପରପୋଜ ଇଣ୍ଡୋର ଷ୍ଟାଡିୟମ ଦାବି କରିଛନ୍ତି।
ଏନେଇ ଓଡିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ମାଧ୍ୟମରେ କ୍ରୀଡ଼ାବିତମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦାବି ଉପସ୍ଥାପନ କରିଛନ୍ତି। ନୀଳଗିରିରେ ଷ୍ଟାଡିୟମ ହେଲେ ବହୁ ଯୁବ ପ୍ରତିଭା ଆଗକୁ ଆସିପାରିବେ ବୋଲି କୁହାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ