ETV Bharat / state

ନବଜାତ ଶିଶୁ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା - ଫକୀର ମୋହନ ମେଡିକାଲ କଲେଜରେ ଉତ୍ତେଜନା

ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଅଧିକ ପଢନ୍ତୁ

ନବଜାତ ଶିଶୁ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

author img

By

Published : Jun 10, 2022, 4:10 PM IST

ବାଲେଶ୍ବର: ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ସୂଚନା ଅନୁସାରେ, ସୋର ଅଞ୍ଚଳର ଦିବ୍ୟଜ୍ୟୋତି ଓଝାଙ୍କ ସ୍ତ୍ରୀ ପ୍ରସବ ଜନିତ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ପରିବାର ଲୋକେ । ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ମାତ୍ର କିଛି ସମୟରେ ସଠିକ ଚିକିତ୍ସା ନମିଳିବାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।

ନବଜାତ ଶିଶୁ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ଅନ୍ୟପଟେ ନବଜାତ ଶିଶୁର ବେକରେ ଆଘାତ ଲାଗି କଳା ପଡ଼ିଥିବାରୁ ତାକୁ ଡାକ୍ତର ଓ ନର୍ସ ମାନେ ଠିକ୍ ଭାବେ ପ୍ରସବ କରାଇ ନଥିବା ଅଭିଯୋଗ ହୋଇଛି । ତେବେ ମେଡିକାଲ ପରିସରରେ ଏମିତି ଉତ୍ତେଜନା ଯୋଗୁଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.