ETV Bharat / state

ସ୍କୁଲକୁ ଆସୁନଥିଲେ ଶିକ୍ଷକ, ତାଲା ପକାଇଲେ ଅଭିଭାବକ - sampei gopinath govt high school

ଖଇରା ବ୍ଲକ ଜଳଦା ପଞ୍ଚାୟତ ସଂପେଇ ଗୋପୀନାଥ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଅର୍ଥ ହେରଫେର ଓ ଶିକ୍ଷକ ମାନେ ସ୍କୁଲ ଆସୁନଥିବା ଅଭିଯୋଗରେ ଅବିଭାବକମାନେ ସ୍କୁଲ ପରିସରରେ ହୋ ହାଲ୍ଲା କରିବା ସହ ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ। ଅଧିକ ପଢନ୍ତୁ...

ୀ
ସ୍କୁଲ ଅର୍ଥ ହେରଫେର ଅଭିଯୋଗ, ତାତିଲେ ଅଭିଭାବକ
author img

By

Published : Sep 13, 2021, 4:58 PM IST

ବାଲେଶ୍ଵର: ଜିଲ୍ଲାର ଖଇରା ବ୍ଲକ ଜଳଦା ପଞ୍ଚାୟତ ସଂପେଇ ଗୋପୀନାଥ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଅର୍ଥ ହେରଫେର ଓ ଶିକ୍ଷକ ମାନେ ସ୍କୁଲ ଆସୁନଥିବା ଅଭିଯୋଗରେ ଅଭିଭାବକମାନେ ସ୍କୁଲ ପରିସରରେ ହୋ ହାଲ୍ଲା କରିବା ସହ ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ।

ସ୍କୁଲକୁ ଆସୁନଥିଲେ ଶିକ୍ଷକ, ତାଲା ପକାଇଲେ ଅଭିଭାବକ

ମିଳିଥିବା ସୂଚନା ଅନୁସାରେ, ସ୍କୁଲର ଶିକ୍ଷକମାନେ ନିୟମିତ ସ୍କୁଲ ଆସୁନଥିବା ବେଳେ ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ହଡପ କରୁଥିବା ଅଭିଯୋଗ ହୋଇଛି। ଏ ବାବଦରେ ଅଭିଭାବକ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନଥିଲା। ଏହାକୁ ନେଇ ଅଭିଭାବକ ମାନେ ସ୍କୁଲ ପରିସରକୁ ଆସି ଶିକ୍ଷକ ମାନଙ୍କୁ ଅଟକାଇ ତାଲା ପକାଇ ଦେଇଥିଲେ। ଶତାଧିକ ମହିଳା ବିଦ୍ୟାଳୟ ପରିସରରେ ତାଲା ପକାଇବା ସହ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.