ETV Bharat / state

ଠକାମୀର ନୂଆ ତରିକା: କେମିକାଲରେ କାଗଜ ବୁଡାଇଲେ ବାହାରିବ 500 ଟଙ୍କା - ଠକାମୀର ଶିକାର ହୋଇଛନ୍ତି ଶିକ୍ଷକ

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଗରମ ପାଣିରେ କାଗଜ ବୁଡାଇଲେ ଟଙ୍କା ବାହାରିବାର ପ୍ରଲୋଭନ ଦେଖାଇ ଠକେଇ ଅଭିଯୋଗ । ଅଧିକ ପଢନ୍ତୁ

fraud case in balasore
fraud case in balasore
author img

By

Published : Apr 20, 2023, 8:25 PM IST

କେମିକାଲରେ ବୁଡାଇଲେ ବାହାରିବ 500 ଟଙ୍କା

ବାଲେଶ୍ବର: କେମିକାଲରେ କାଗଜ ବୁଡାଇଲେ ବାହାରିବ 500 ଟଙ୍କିଆ ନୋଟ । ଏମିତି କିଛି ପ୍ରତିଶୃତି ପାଇ ଠକାମୀର ଶିକାର ହୋଇଛନ୍ତି ଜଣେ ଶିକ୍ଷକ । ହାତ ସଫେଇ କରି କିଛି ଠକ ଶିକ୍ଷକଙ୍କୁ ଠକିବାରେ ସଫଳ ହୋଇଛନ୍ତି । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଖନ୍ତାପଡ଼ା ଅଞ୍ଚଳର ଜଣେ ଯୁବକ ଓ ତାର ସହଯୋଗୀ ବୀରମହାରାଜପୁର ସୋନପୁର ଅଞ୍ଚଳର ଜଣେ ଘରୋଇ ସ୍କୁଲ୍‌ର ଶିକ୍ଷକଙ୍କୁ କେମିକାଲରେ କାଗଜ ବୁଡାଇଲେ 500 ଟଙ୍କା ବାହାରିବ ବୋଲି କହିଥିଲେ । ଖାଲି କହି ନଥିଲେ ବରଂ ଠକମାନେ ସମ୍ପୃକ୍ତ ଶିକ୍ଷକଙ୍କୁ ଗରମ ପାଣିରେ କେମିକାଲ ମିଶାଇ ସେଥିରୁ ନିଜର ହାତ ସଫେଇ ଦ୍ୱାରା 500 ଟଙ୍କିଆ ନୋଟ ବାହାର କରି ମଧ୍ୟ ଦେଖାଇଥିଲେ । ଏହାପରେ ସମ୍ପୃକ୍ତ ଶିକ୍ଷକଙ୍କ ବିଶ୍ୱାସ ଜନ୍ମିବା ପରେ ଠକମାନେ ତାଙ୍କୁ ଏହି କେମିକାଲ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଠକ ଯୁବକମାନେ ଗତ 11 ତାରିଖ ଦିନ ଶିକ୍ଷକ ସନ୍ତୋଷ କୁମାର ମହାକୁଡ଼ଙ୍କୁ କେମିକାଲ ଏବଂ କିଛି କାଗଜ ଦେବା ପାଇଁ ଖନ୍ତାପଡ଼ା ସ୍ଥିତ ଦାଣ୍ଡକାଳୀ ମନ୍ଦିର ନିକଟକୁ ଡାକିଥିଲେ। ସେଠାରେ ସନ୍ତୋଷଙ୍କ ଠାରୁ ଫୋନ ପେ ଏବଂ ଏଟିଏମ ମାଧ୍ୟମରେ 1 ଲକ୍ଷ 10 ହଜାର ଟଙ୍କା ନେଇ କେମିକାଲ ଯୋଗାଇଥିଲେ। ମାତ୍ର ସନ୍ତୋଷ ଠକାମୀରେ ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଖନ୍ତାପଡ଼ା ପୋଲିସ ଘାଟଣାରେ ତଦନ୍ତ କରି ଖନ୍ତାପଡ଼ା ଅଞ୍ଚଳରୁ ଜଣକୁ ଗିରଫ କରିଥିଲେ । ଏଥିସହ ଏହି ଠକ ଗ୍ରୁପରେ ସୋନପୁର ଏବଂ ଅନ୍ୟ କିଛି ଅଞ୍ଚଳର କିଛି ଯୁବକ ମଧ୍ୟ ସାମିଲ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ବୋଲି ପୋଲିସ ସୂଚନା ଦେଇଛି।

ତେବେ ସହଜ ଉପାୟରେ ପ୍ରଚୁର ଅର୍ଥ ଉପାର୍ଜନ କରିବା ଆଶାରେ ଏମିତି ଠକାମୀର ଶିକାର ହେଉଛନ୍ତି ଲୋଭି ମଣିଷ । ଏଥିପାଇଁ ନା ସେମାନେ ଉପଯୁକ୍ତ ତଦାରଖ କରୁଛନ୍ତି ନା ଠକମାନଙ୍କୁ ଠିକରେ ଜାଣି ପାରୁଛନ୍ତି । ଗୋଟିଏ ପଟେ ବାରମ୍ବାର ସଚେତନ କରାଯାଉଥିବା ବେଳେ ଠକମାନଙ୍କ ଝାସରେ ପଡୁଛନ୍ତି ଏମିତି କିଛି ସହଜ ଉପାୟରେ ଅର୍ଥ ଉପାର୍ଜନ ଆଶାରେ ଥିବା ଲୋକେ । ଏମିତିକି ଠକମାନେ ମଧ୍ୟ ଏବେ ଗୋଟିଏ ପରେ ଗୋଟିଏ ନୂଆ ଉପାୟ ଅବଲମ୍ବନ କରି ଲୋକମାନଙ୍କ ବିଶ୍ୱାସ ସହ ଖେଳ ଖେଳିବା ଆରମ୍ଭ କରିଛନ୍ତି । ଏମିତି ଠକାମୀର ଶିକାର ହେବା ପୂର୍ବରୁ ଅନେକ ଥର ଚିନ୍ତା କରିବାର ଆଵଶ୍ୟକତା ରହିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.