ETV Bharat / state

ମିଟର ରିଡିଂ ଓ ବିଲରେ ସମସ୍ୟା, ସଜାଡ଼ିବାକୁ ପ୍ରୟାସ କରିବ ଟାଟା ପାୱାର - ଟାଟା ପାୱାର ସିଇଓ

ମିଟର ରିଡିଂ ଓ ବିଲ୍‌ରେ ସମସ୍ୟା ଥିବା ଅଭିଯୋଗ ପରେ ସମାଧାନ କରିବାକୁ ପ୍ରୟାସ କରାଯିବ କହିଲେ ଟାଟା ପାୱାର ସିଇଓ । ଅଧିକ ପଢ଼ନ୍ତୁ

tata power
tata power
author img

By

Published : Dec 20, 2022, 10:41 AM IST

tata power

ବାଲେଶ୍ୱର: ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ବିଦ୍ୟୁତ ସରବରାହ ଦାୟିତ୍ୱ ନେଇଛି ଟାଟା ପାୱାର । ଦାୟିତ୍ବ ନେବାର ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ବିତିଯାଇଥିବା ବେଳେ ଟାଟା ପାଓ୍ବାର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବିଦ୍ୟୁତ ଉପଭୋକ୍ତା । କିଛିଟା ଅଭିଯୋଗର ସମାଧାନ କରାଯାଇଥିବା ବେଳେ ଅନେକ କିଛି ବାକି ମଧ୍ୟ ରହିଛି । ଏବେ ମିଟର ରିଡିଂ ଓ ବିଲକୁ ନେଇ ଅଭିଯୋଗ ଆସିବା ପରେ ଏହାକୁ ସଜାଡିବାକୁ ପ୍ରୟାସ କରାଯିବା ନେଇ କହିଛନ୍ତି ଟାଟା ପାଓ୍ବାର ସିଇଓ ଭାସ୍କର ସରକାର ।

ତେବେ ବିଦ୍ୟୁତ ବିଲ୍‌ ଠିକ ସମୟରେ ନଲାଗିବାଠାରୁ ବିଦ୍ୟୁତ କାଟ ଅଭିଯୋଗ ଅନେକ ସମୟରେ ସାଧାରଣ ଲୋକେ ଉଠାଇଥାନ୍ତି । ସେହିପରି ବିଦ୍ୟୁତ ବିଲ, ମିଟର ରିଡିଂ ସଠିକ ଭାବେ ହୋଇ ପାରୁ ନଥିବାରୁ ସାଧାରଣ ଲୋକେ ଅଧିକ ପରିମାଣର ଟଙ୍କା ଏକା ସାଙ୍ଗରେ ପୈଠ କରିବାରେ ଅସୁବିଧା ଭୋଗୁଥିବା ଘଟଣା ସାମ୍ନାକୁ ଆସିଥିଲା । କେତେବେଳେ ବିଲ୍‌ ଠିକ ସମୟରେ ପହଞ୍ଚୁ ନାହିଁ ତ ପୁଣି କେତେବେଳେ ମିଟର ସର୍ଭେ ମଧ୍ୟ କରାଯାଉ ନଥିବା ଅଭିଯୋଗ ଆସିଥିଲା । ଏହାରି ଭିତରେ ଅନେକ ସମୟରେ ପୂର୍ବରୁ ବକେୟା ଥିବା ବିଦ୍ୟୁତ ବିଲ୍‌ କିସ୍ତିରେ ଦେବାପାଇଁ ଟାଟା ପାୱାର ପକ୍ଷରୁ ଆହ୍ବାନ ଦିଆଯାଉଥିଲା। କିସ୍ତିରେ ଟଙ୍କା ନେବା ପରିବର୍ତ୍ତେ ସିଧାସଳଖ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଥିବା କହିଥିଲେ ଅଭିଯୋଗକାରୀ ।

ପରବର୍ତ୍ତୀ ସମୟରେ ଅଫିସରେ ଯାଇ ଟଙ୍କା ଡିପୋଜିଟ କରିବା ପରେ ବିଦ୍ୟୁତ ସଂଯୋଗ କରାଯାଉଥିଲା। ଗୋଟିଏ ପଟେ ଟାଟା ପାୱାର ବିଦ୍ୟୁତ ବିଲ ଆଦାୟକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ପ୍ରକାର ସ୍କିମ ଓ ଅନଲାଇନ ପେମେଣ୍ଟକୁ ଗୁରୁତ୍ୱ ଦେଉଥିବା ବେଳେ ଗାଁ ଗହଳିରେ ସାଧାରଣ ଲୋକଙ୍କ ପାଖରେ ଠିକ ସମୟରେ ବିଲ ପହଞ୍ଚି ପାରୁନାହିଁ । ଏନେଇ ସିଇଓ ଭାସ୍କର ସରକାର କହିଛନ୍ତି, "ଆଗାମୀ ଦିନରେ ଏକ ପ୍ରକାର ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ମିଟର ରିଡିଂ ସୁବିଧା ହେବାସହ ସିଧାସଳଖ ଉପଭୋକ୍ତାଙ୍କ ସମସ୍ତ ତଥ୍ୟ ହେଡ ଅଫିସରେ ପହଞ୍ଚିଯିବ । ଯାହାଦ୍ୱାରା ମନଇଚ୍ଛା ରିଡିଂ ପକାଇ ଏକାଥରକେ ଅଧିକ ବିଲ ଉପଭୋକ୍ତାଙ୍କୁ ଦେବାକୁ ପଡିବନି ବୋଲି କହିଛନ୍ତି ଟାଟା ପାଓ୍ବାର ସିଇଓ ।"

ଏନେଇ ଜଣେ ଯୁବ ସମାଜସେବୀ କହିଛନ୍ତି, "ଟାଟା ପାଓ୍ବାର ବିଦ୍ୟୁତ ସଂଯୋଗ ପାଇଁ ଯେଉଁ ମିଟର ବସାଉଛି, ତାହା ପ୍ରଥମ ସମସ୍ୟା, ଅନେକ ସମୟରେ ବିଦ୍ୟୁତ କାଟ ସମୟରେ ବହୁ ଅସୁବିଧା ପରିଲ୍ଲଖିତ ହେଉଛି । ସର୍ଟସାର୍କିଟର ସମସ୍ୟା ଉପୁଜୁଛି । ତେଣୁ ଟାଟା ପାଓ୍ବାର ଏହା ଉପରେ ନଜର ଦେବା ଆବଶ୍ୟକ । ଦେଢ ବର୍ଷ ମଧ୍ୟ ଭଲ ସେବା ଯୋଗାଉଛି ଟାଟା ପାଓ୍ବାର । କିନ୍ତୁ ଦୁଃଖର ବିଷୟ ଘରେ ଯେଉଁ ମିଟର ବସାଯାଇଛି ତାର ଠିକ ସେ ସର୍ଭେ କରାଯାଉ ନାହିଁ । ଯେପରି ରାସ୍ତାରେ ବିଦ୍ୟୁତ ସେବାକୁ ଅଧିକ ଗୁରୁତ୍ବ ଦେଉଛି ଟାଟା ପାଓ୍ବାର ସେହିପରି ପ୍ରତ୍ୟେକଙ୍କ ଘରେ ମଧ୍ୟ ଭଲ ସେବା ଯୋଗାଇଦେବା ଆବଶ୍ୟକ ରହିଛି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.