ବାଲେଶ୍ବର: ଉତ୍ତର ଓଡିଶାରେ ବିଦ୍ୟୁତ ପରିବଣ୍ଟନ ଦାୟିତ୍ୱ ବହନ କରିଥିବା ଟାଟା ପାୱାର ପକ୍ଷରୁ କୋଭିଡ ସହ ଲଢ଼ିବା ପାଇଁ ସରଞ୍ଜାମ ପ୍ରଦାନ କରାଯାଇଛି । ସିଏସଆର ଫଣ୍ଡ ଜରିଆରେ ଟାଟା ପାୱାର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 10ଟି ଅକ୍ସିଜେନ କନସନଟ୍ରେଟର ବାଲେଶ୍ଵର ମେଡିକାଲକୁ ପ୍ରଦାନ କରାଯାଇଛି ।
ଆଗାମୀ ଦିନରେ ପିପିଇ କିଟ, ମାସ୍କ, ସାନିଟାଇଜର ଓ ଅକ୍ସିମିଟର ଆଦି ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ସିଡିଏମଓ ଦୁଲାଲ ସେନଜଗତଦେବ, ଟାଟା ପାୱାର ସିଇଓ ଭାସ୍କର ସରକାର ଉପସ୍ଥିତ ଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ