ବାଲେଶ୍ବର: ବେଆଇନ ବାଲି ଚାଲାଣ ରୋକିବାକୁ ଯାଇ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହେଲେ ନୀଳଗିରି ତହସିଲଦାର ଅଶେଷ ନାୟକ । ତହସିଲଦାରଙ୍କୁ ମାଫିଆମାନେ ଅଟକ ରଖିଥିଲା ବେଳେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି ।
ମିଳିଥିବା ଖବର ଅନୁସାରେ ନୀଳଗିରି ତହସିଲ ଅଧିନ ପୁନ୍ଦାଳ ବାଲିଖାଦାନରେ ବ୍ୟାପକ ବେଆଇନ ବାଲି ଚାଲାଣ ହେଉଥିବା ଖବରପାଇ ତହସିଲଦାର ଅଶେଷ ନାୟକ ତଦନ୍ତରେ ଯାଇଥିଲେ । ତହସିଲଦାର ସେଠାରେ ପହଞ୍ଚିବା ପରେ ବାଲି ମାଫିଆମାନେ ବେଶ କିଛି ସମୟ ସେମାନଙ୍କ ଆତଙ୍କ ଦେଖାଇଥିବା ବେଳେ ତହସିଲଦାରଙ୍କୁ ଅଟକ ରଖିଥିଲେ। ପରେ ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ତହସିଲଦାରଙ୍କୁ ସେଠାରୁ ଉଦ୍ଧାର କରିବା ସହ ଏକ ଟ୍ରାକ୍ଟର ଜବତ କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ