ETV Bharat / state

'ଆକାଶ' NG ର ସଫଳ ପରୀକ୍ଷଣ

author img

By

Published : Jul 23, 2021, 12:58 PM IST

ସଫଳ ହେଲା 'ଆକାଶ' ମିସାଇଲର ନ୍ୟୁ ଜେନେରେସନ ଉତକ୍ଷେପଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡ଼ରୁ କରାଯାଇଥିଲା ପରୀକ୍ଷଣ । ଅଧିକ ପଢନ୍ତୁ...

'ଆକାଶ' NG ର ସଫଳ ପରୀକ୍ଷଣ
'ଆକାଶ' NG ର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ହେଲା 'ଆକାଶ' ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ୍‌(ଆକାଶ ଏନ୍‌ଜି) । ପୂର୍ବାହ୍ନ 11 ଟା 55 ମିନିଟ୍‌ରେ ଏହି ମିସାଇଲ ଉତ୍‌କ୍ଷେପଣ କରାଯାଇଛି । ଏହାର ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି ।

ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନ୍‌ଜିର ଲକ୍ଷ୍ୟଭେଦ କ୍ଷମତା ରହିଛି 70 କିଲୋମିଟର । ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ । ପରୀକ୍ଷାରେ ଟାର୍ଗେଟ୍‌ ଭାବେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି ।

2023 ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବ । ବିଶେଷକରି ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଏହା ଚିହ୍ନଟ କରି ତୁରନ୍ତ ଧ୍ବଂସ କରିବାର କ୍ଷମତା ରଖିଛି । ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା 30 କିଲୋମିଟର ରହିଥିଲା ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.