ETV Bharat / state

ନୂଆଗାଁ ପଞ୍ଚାୟତ ନିର୍ବାଚନ: BJP ସମର୍ଥିତ ପ୍ରାର୍ଥୀ ସୁବ୍ରତ ଦାସ ବିଜୟୀ

author img

By

Published : May 28, 2022, 6:37 PM IST

ଶେଷହେଲା ବାଲେଶ୍ବର ରେମୁଣା ବ୍ଲକର ନୂଆଗାଁ ପଞ୍ଚାୟତ ନିର୍ବାଚନ । ବିଜୁ ଜନତା ଦଳ(BJD) ସମର୍ଥିତ ପ୍ରାର୍ଥୀ କାର୍ତ୍ତିକ ବାରିକଙ୍କୁ ହରାଇ BJP ସମର୍ଥିତ ପ୍ରାର୍ଥୀ ସୁବ୍ରତ ଦାସ ବିଜୟୀ । ଅଧିକ ପଢ଼ନ୍ତୁ

ନୂଆଗାଁ ପଞ୍ଚାୟତ ନିର୍ବାଚନ: ବିଜେପି ସମର୍ଥିତ ପ୍ରାର୍ଥୀ ସୁବ୍ରତ ଦାସ ବିଜୟୀ

ବାଲେଶ୍ବର: ରେମୁଣା ବ୍ଲକ ନୂଆଗାଁ ପଞ୍ଚାୟତରେ ବିଧିବଦ୍ଧ ଭାବେ ପଞ୍ଚାୟତ ନିର୍ବାଚନ(Panchayat Election) ଶେଷ ହୋଇଛି । ଏଥିରେ ବିଜେପି ସମର୍ଥିତ ପ୍ରାର୍ଥୀ ସୁବ୍ରତ ଦାସ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ଅନୁଯାୟୀ ସୁବ୍ରତ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜୁ ଜନତା ଦଳ(BJD) ସମର୍ଥିତ ପ୍ରାର୍ଥୀ କାର୍ତ୍ତିକ ବାରିକଙ୍କ ଠାରୁ ୪୨୩ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ପଞ୍ଚାୟତ ନିର୍ବାଚନ ସମୟରେ ନୂଆଗାଁ ପଞ୍ଚାୟତରେ ନାମାଙ୍କନ ଭରିଥିବା ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କର ଦେହାନ୍ତ ହୋଇଥିଲା । ଫଳରେ ସେଠାରେ ନିର୍ବାଚନ ସ୍ଥଗିତ ରହିଥିଲା । ଗତ ୨୭ ତାରିଖରେ ୯ ଜଣ ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ ପଞ୍ଚାୟତର ୧୪ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଥିଲା ।

ମୋଟ ୪୯୧୭ ଜଣ ମତଦାତାଙ୍କ ମଧ୍ୟରୁ ୩୮୨୭ ଜଣ ମତଦାନ ସାବ୍ୟସ୍ତ କରିଥିଲେ । ତେବେ ଆଜି(ଶନିବାର) ସକାଳ ଠାରୁ ରେମୁଣା ବ୍ଳକ କାର୍ଯ୍ୟାଳୟରେ କଡା ସୁରକ୍ଷା ବଳୟରେ ଭୋଟ ଗଣତି କରାଯାଇଥିଲା । ଏଥିରେ ସୁବ୍ରତ ଦାସ ୧୯୫୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.