ETV Bharat / state

କୋର୍ସ ଶେଷ ପୂର୍ବରୁ ପରୀକ୍ଷାକୁ ପ୍ରତିବାଦ, ଧାରଣାରେ ଛାତ୍ରଛାତ୍ରୀ

author img

By

Published : Nov 3, 2021, 3:50 PM IST

କୋର୍ସ ସରି ନଥିବା ବେଳେ କଲେଜ ପକ୍ଷରୁ ହଠାତ ପରୀକ୍ଷା କରାଯିବା ନିଷ୍ପତ୍ତିକୁ ପ୍ରତିବାଦ କରି ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତ । ଅଧିକ ପଢନ୍ତୁ...

ଫକୀର ମୋହନ କଲେଜରେ ଛାତ୍ର ଅଶାନ୍ତି
ଫକୀର ମୋହନ କଲେଜରେ ଛାତ୍ର ଅଶାନ୍ତି

ବାଲେଶ୍ବର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । କୋର୍ସ ସରି ନଥିବା ବେଳେ କଲେଜ ପକ୍ଷରୁ ହଠାତ ପରୀକ୍ଷା କରାଯିବା ନିଷ୍ପତ୍ତିକୁ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । କମ ସମୟ ଭିତରେ ପାଠପଢି କିପରି ପରୀକ୍ଷା ଦେବୁ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।

ଫକୀର ମୋହନ କଲେଜରେ ଛାତ୍ର ଅଶାନ୍ତି

କଲେଜରେ ୟୁଜିସି ଓ ପିଜି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମ ସମୟ ଅନୁସାରେ ଶେଷ ହୋଇନାହିଁ । 50 ପ୍ରତିଶତ ପାଠାପଢା ଅନଲାଇନରେ ହୋଇଥିବାବେଳେ ମାତ୍ର ୨୫ ପ୍ରତିଶତ ଅଫଲାଇନରେ ହୋଇଛି । ପାଠପାଢା ସମୂର୍ଣ୍ଣ ଶେଷ ହୋଇନାହିଁ । କୋର୍ସ ସାରିବା ଉପରେ କେଲଜ କର୍ତ୍ତୃପକ୍ଷ ଧ୍ୟାନ ନ ଦେଇ ତୃତୀୟ ସପ୍ତାହରେ ପରୀକ୍ଷା କରିବାକୁ ଘୋଷଣା କରିଥିଲେ । ଏବେ ହଠାତ୍ ୮ ତାରିଖରେ ପରୀକ୍ଷା ପାଇଁ ନୋଟିସ ଜାରି କରିଦେଇଛନ୍ତି ଯାହାକୁ ପ୍ରତିବାଦ କରିଛନ୍ତି ଛାତ୍ରାଛାତ୍ରୀ।

ଚାରିଦିନ ଭିତରେ କିପରି ପିଲା ପାଠ ପଢିବେ ସେ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ଅନଲାଇନରେ ୫୦ ପ୍ରତିଶତ ପରୀକ୍ଷା ହେବା ବ୍ୟବସ୍ଥା ହୋଇଛି । ତେଣୁ ଅନଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି । ଯଦି ଅନଲାଇନ ପରୀକ୍ଷା ନ ତେବେ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.