ETV Bharat / state

ଯୁକ୍ତଦୁଇ ଶେଷବର୍ଷ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By

Published : Feb 3, 2022, 1:43 PM IST

ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଦାବିରେ ବାଲେଶ୍ବର ଷ୍ଟେସନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ଯୁକ୍ତଦୁଇ ଶେଷ ବର୍ଷର ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବାଲେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଜିଲ୍ଲାର ଷ୍ଟେସନ ଛକରେ ସମସ୍ତ କଲେଜରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଶେଷ ବର୍ଷ ପରୀକ୍ଷା ବାତିଲ କରିବା ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୋଭିଡ କଟକଣା ସମୟରେ ୩ ଥର କଲେଜରେ କ୍ୱାଟରଲି ପରୀକ୍ଷା କରାଯାଇଥିଲା। ସେହି ପରୀକ୍ଷାର ଫଳ ଅନୁଯାୟୀ ଶେଷ ବର୍ଷରେ ଫଳ ପ୍ରକାଶ କରାଯିବା ସହ ଶେଷ ବର୍ଷ ପରୀକ୍ଷା ବାତିଲ କରିବା ପାଇଁ ଦାବି ହୋଇଛି। ଏନେକ ସ୍ଥାନରେ ନେଟୱାର୍କ ଅସୁବିଧା ଯୋଗୁଁ ଅନଲାଇନରେ ପଢିବା କିମ୍ବା ପରୀକ୍ଷା ଦେବା ସମ୍ଭବ ପରହୋଇ ପାରୁ ନାହିଁ ।

ଏହା ବ୍ୟତୀତ ପର୍ଯ୍ୟାପ୍ତ ସମୟ ନଥିବାରୁ ହଠାତ ପରୀକ୍ଷା ଘୋଷଣା କରିବା ଯୋଗୁଁ ପିଲାମାନେ ପଢ଼ାପଢ଼ି ପାଇଁ ସମୟ ପାଇନାହାନ୍ତି। ଏଥିପାଇଁ ପରୀକ୍ଷା ବାତିଲ ସହ କ୍ବାଟରଲୀ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଦାବି କରି ଷ୍ଟେସନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ସ୍ଥଳରେ ସଦର ବିଧାୟକ ସ୍ୱରୂପ ଦାସ ପହଞ୍ଚିବା ପରେ ଏକ ଦାବିପତ୍ର ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ବିଧାୟକ ଏ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବନ୍ଦୋବସ୍ତ କରିବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.