ବାଲେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲେଶ୍ବର ବସ୍ତା ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ମହାବିଦ୍ଯାଳୟରେ 2 ଛାତ୍ର ଗୋଷ୍ଠୀ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଏବିଭିପି ଛାତ୍ର ସଙ୍ଗଠନର ଛାତ୍ରମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ ଥିବା ପ୍ଲା କାର୍ଡ ଧରି କଲେଜ ଗେଟ ସମ୍ମୁଖରେ ନାରାବାଜି କରିଥିଲେ। ଏହାସହ ଗେଟ ସାମ୍ନାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ତେବେ ଏବିଭିପି ଛାତ୍ର ସଙ୍ଗଠନର ବିକ୍ଷୋଭ ପ୍ରଦର୍ଶନକୁ ପ୍ରତିବାଦ କରି ଅନ୍ଯ ଛାତ୍ର ସଙ୍ଗଠନର ଛାତ୍ରମାନେ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।
ଏହାପରେ ଅମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ଯକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ