ETV Bharat / state

ଘରୋଇ ସ୍କୁଲ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର - ସ୍କୁଲ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ବର ସିଦ୍ଧି ବିନାୟକ ପବ୍ଲିକ ସ୍କୁଲରେ ଛାତ୍ରଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର । ସ୍କୁଲରେ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର । ସେପଟେ ପ୍ରେମ ବ୍ୟାପାରରେ ଆତ୍ମହତ୍ୟା କରିଥିବା କହିଲେ ସ୍କୁଲର ଅଧ୍ୟକ୍ଷ । ଅଧିକ ପଢ଼ନ୍ତୁ

ଘରୋଇ ସ୍କୁଲ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Sep 6, 2022, 10:26 PM IST

Updated : Sep 6, 2022, 11:00 PM IST

ବାଲେଶ୍ବର: ସହରର ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଜଣେ ଛାତ୍ରଙ୍କର ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି । ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନା ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର । ସ୍କୁଲର ଅଧ୍ୟକ୍ଷ କହଲେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଛନ୍ତି ଛାତ୍ର । ମୃତ ଛାତ୍ର ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଅଞ୍ଚଳର ସନ୍ତୋଷ କୁମାର ଗୁପ୍ତାଙ୍କ ପୁଅ ସୁରଜ ଗୁପ୍ତା । ସେପଟେ ସ୍କୁଲରେ ଛାତ୍ରଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଲେ ଅନ୍ୟ ଅଭିଭାବକ ।

ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ସନ୍ତୋଷ କୁମାର ଗୁପ୍ତା ପୁଅ ସୁରଜ ଗୁପ୍ତାଙ୍କର ପାଠପଢ଼ା ପାଇଁ ବାଲେଶ୍ଵର ସହରର ଭୋଇସାହି ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ସୁରଜ ଭୋଇସାହିରେ ଥିବା ସିଦ୍ଧି ବିନାୟକ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ । ତେବେ ଗତ ୧ ତାରିଖ ଦିନ ସୁରଜ ସ୍କୁଲରୁ ଘରକୁ ଫେରିବା ପରେ ତାଙ୍କ ବେକରେ ଏକ କଟା ଦାଗ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପଚାରିବାରୁ ଜଣେ ଶ୍ରେଣୀ ପିଲା ସୁରଜଙ୍କୁ କାଠ ଫାଳିଆରେ ମାଡ଼ ମାରିଥିବା ସେ ପ୍ରକାଶ କରିଥିଲେ ।

ଘରୋଇ ସ୍କୁଲ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏହା ମଧ୍ୟ ପଢ଼ନ୍ତୁ...ପୁଅର ଜୀବନ ପାଇଁ ମନ୍ଦିର ଆଗରେ ସାହାଯ୍ୟ ମାଗିଲେ ପିତାମାତା

ଏହି ଘଟଣା ପରଦିନ ଅର୍ଥାତ ୨ ତାରିଖରେ ସୁରଜଙ୍କ ବାପା ସନ୍ତୋଷ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଖରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । କିନ୍ତୁ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଏହି ଘଟଣାକୁ ନେଇ ସ୍କୁଲର ଜଣେ ଶିକ୍ଷକ ସୁରଜଙ୍କୁ ତାଗିଦ କରିବା ସହ ମାନସିକ ଭାବେ ନିର୍ଯାତନା ଦେଇଥିବା ମୃତ ସୁରଜଙ୍କ ବାପା ସନ୍ତୋଷ ଅଭିଯୋଗରେ ଦର୍ଶାଇଛନ୍ତି । ଏହାପରେ ଆଜି (ମଙ୍ଗଳବାର) ସୁରଜଙ୍କର ମୃତଦେହ ରେଳଧାରଣାରୁ ଉଦ୍ଧାର କରିଛି ପୋଲିସ । ତେବେ ସୁରଜଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଜଣେ ଛାତ୍ର, ଜଣେ ଶିକ୍ଷକ ଓ ଅଧ୍ୟକ୍ଷଙ୍କ ବିରୋଧରେ ସନ୍ତୋଷ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କେବଳ ସୁରଜଙ୍କୁ ନୁହେଁ, ବରଂ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲରେ ପିଲାମାନଙ୍କୁ ଅନେକ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅନ୍ୟ ଅଭିଭାବକମାନେ ମାନେ ମଧ୍ୟ ଅଭିଯୋଗ କରିଛନ୍ତି । ଏହା ସହିତ ପିଲାଙ୍କୁ ସ୍କୁଲରୁ ଟିସି ନେଇଯିବା ପାଇଁ ମଧ୍ୟ ଅନ୍ୟ ଅଭିଭାବକ କହିଛନ୍ତି । ସେପଟେ ସୁରଜ ମୃତ୍ୟୁ ମାମଲାରେ ଜଣେ ଛାତ୍ର, ଜଣେ ଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି ।

ସୁରଜଙ୍କର ମୃତଦେହକୁ ଆଣି ଆଜି ସ୍କୁଲ ସମ୍ମୁଖରେ ରଖି ନ୍ୟାୟ ଦାବିରେ ଧାରଣାରେ ବସିଥିଲେ ତାଙ୍କ ପରିବାର । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ ପ୍ରତିଶୃତି ଦେବାପରେ ମୃତଦେହକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାକୁ ଫେରିଛନ୍ତି ପରିବାର । ଏନେଇ ସ୍କୁଲ ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, "ସୁରଜ ପ୍ରେମ ବ୍ୟାପାରରେ ସମ୍ପୃକ୍ତ ରହିଥିଲା । ଏନେଇ ତାଙ୍କ ବାପାଙ୍କୁ ମଧ୍ୟ ଆମେ ବିଦ୍ୟାଳୟକୁ ଡାକି ଅବଗତ କରାଇଥିଲୁ । ତେବେ ତାଙ୍କର ମୃତ୍ୟୁ କିପରି ହୋଇଛି ତାହା ତଦନ୍ତ ପରେ ଜଣା ପଡ଼ିବ । କିନ୍ତୁ ଏହି ଘଟଣାରେ ସ୍କୁଲର କୌଣସି ସମ୍ପୃକ୍ତି ନାହିଁ ।"

ଇଟିଭି ଭାରତ, ବାଲେଶ୍ବର

Last Updated : Sep 6, 2022, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.