ବାଲେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଜଣେ ମେଧାବୀ ଛାତ୍ରଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ପଞ୍ଚାୟତ ନରସିଂହପଦା ମାଗୁରା ଗ୍ରାମରେ ଘଟିଛି।
ତେବେ ଗ୍ରାମର ମନୋରଞ୍ଜନ ନାୟକଙ୍କ ଏକମାତ୍ର ପୁଅ ତରୁଣଜ୍ୟୋତି ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ତରୁଣ ଘରେ ଫାଶୀ ଲଗାଇ ଦେଇଥିଲେ। ଘରଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି ଗୋପାଳପୁର ମେଡିକାଲ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
ହେଲେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତରୁଣଙ୍କୁ ମୃତ ଘୋଷଣା କରିଥିଲେ। ତରୁଣ ଜଣେ ମେଧାବୀ ଛାତ୍ର ଥିବାରୁ ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ