ETV Bharat / state

ବ୍ରାଣ୍ଡେଡ ଫୋନ ଲୋଭ: ଅନଲାଇନ ଠକାମୀର ଶିକାର ହେଲେ ଛାତ୍ର - ଅନଲାଇନ ଠକାମୀର ଶିକାର ହେଲେ ଛାତ୍ର

କମ ଦାମରେ ଏକ ଦାମିକିଆ ବ୍ରାଣ୍ଡର ମୋବାଇଲ ଫୋନ ପାଇବା ଆଶାରେ ଅନଲାଇନରେ ଠକାମୀର ଶିକାର ହେଲେ ବେଲେଶ୍ବରର ଛାତ୍ର । ପରେ ଏନେଇ ଆଇନର ଆଶ୍ରୟ ନେଇଛନ୍ତି ସେ । ଅଧିକ ପଢନ୍ତୁ...

student-cheated-in-online-for-brand-mobile-in-balasor
ଦାମି ବ୍ରାଣ୍ଡର ଫୋନ ଆଶାରେ ଅନଲାଇନରେ ଠକାମିର ଶିକାର ହେଲେ ଛାତ୍ର
author img

By

Published : Mar 3, 2020, 6:59 PM IST

ବାଲେଶ୍ବର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅନଲାଇନ ଠକେଇ । କମ ଦାମରେ ଏକ ଦାମିକିଆ ବ୍ରାଣ୍ଡର ମୋବାଇଲ ଫୋନ ପାଇବା ଆଶାରେ 18 ହଜାରରୁ ଊର୍ଦ୍ଧ୍ବ ଟଙ୍କା ଅନଲାଇନରେ ଠକାମୀର ଶିକାର ହେଲେ ଛାତ୍ର । ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଅନଲାଇନ ଠକେଇ ବିଷୟରେ ସଚେତନ କରାଯାଉଥିଲେ ମଧ୍ୟ ବାଲେଶ୍ବର ଏକ କଲେଜ ଛାତ୍ର ଏହାର ଶିକାର ହୋଇ ଆଇନର ଆଶ୍ରୟ ନେଇଛନ୍ତି।

ଦାମି ବ୍ରାଣ୍ଡର ଫୋନ ଆଶାରେ ଅନଲାଇନରେ ଠକାମିର ଶିକାର ହେଲେ ଛାତ୍ର

ବାଲେଶ୍ଵର ସହରର ମାକଲପୁର ଅଞ୍ଚଳରେ ରହୁଥିବା କଲେଜ ଛାତ୍ର ଅଭୟ କୁମାର ପରିଡ଼ା ଏକ ସପିଂ ସାଇଟରେ ଏକ ଦାମୀ ବ୍ରାଣ୍ଡ ମୋବାଇଲ କମ ଦାମରେ କିଣିବା ପାଇଁ ଇଛା କରିଥିଲେ । ଏହାପରେ ମୋବାଇଲ ବିକ୍ରେତାଙ୍କ ସହ ଯୋଗାଯୋଗ କରି ଅଭୟ କଥା ହୋଇ କିଣିବା ପାଇଁ କହିଥିଲେ। ଫେବୃଆରୀ 29 ତାରିଖରେ ଅଭୟଙ୍କ ପାଖରେ ମୋବାଇଲ ପହଞ୍ଚିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ଅଭୟଙ୍କୁ ଅଗ୍ରୀମ ଟଙ୍କା ଫୋନ ପେ’ ମାଧ୍ୟମରେ ଦେବାପାଇଁ ବିକ୍ରେତା ଜଣଙ୍କ କହିଥିଲେ ।

ପ୍ରଥମ କିସ୍ତିରେ ଅଭୟ ବିକ୍ରେତାଙ୍କୁ 12,500 ଟଙ୍କା ଅନଲାଇନ ଦ୍ବାରା ଟ୍ରାନ୍ସଫର କରିଥିଲେ। ଟଙ୍କା ପାଇବା ପରେ ବିକ୍ରେତା ଆରମ୍ଭ କରିଥିଲେ ତାଙ୍କର ଠକେଇ ପ୍ରକ୍ରିୟା। ଆହୁରି 6150 ଟଙ୍କା ନଦେଲେ ସବୁ ଟଙ୍କା ଆର୍ମି ରେଜିମେଣ୍ଟକୁ ଟ୍ରାନ୍ସଫର ହୋଇଯିବ ବୋଲି କହିଥିଲେ। ଅଭୟ ତାଙ୍କ କଥାରେ ବିଶ୍ବାସ କରି ପୁଣି 6150 ଟଙ୍କା ଫୋନ ପେ ମାଧ୍ୟମରେ ପଠାଇ ଦେଇଥିଲେ। ସମୁଦାୟ 18650 ଟଙ୍କା ପଠାଇବା ପରେ ମଧ୍ୟ ମୋବାଇଲ ନ ଆସିବାରୁ ଅଭୟ ବିକ୍ରେତାଙ୍କୁ ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ ଦେଖାଇଥିଲା । ଏହାପରେ ଅଭୟ ଠକମୀର ଶିକାର ହୋଇଥିବା ଜାଣିପାରିଥିଲେ। ଠକାମୀର ଶିକାର ହେବାପରେ ଏନେଇ ଅଭୟ ବାଲେଶ୍ଵର ଏସପିଙ୍କୁ ଭେଟି ସମସ୍ତ କଥା ଜଣାଇଛନ୍ତି। ଏନେଇ ତଦନ୍ତ କରାଯିବ ବୋଲି ଏସପି ଅଭୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.