ବାଲେଶ୍ବର: ଛାତ୍ରଙ୍କୁ ମାରମାରି ଅଡୁଆରେ ପ୍ରଧାନ ଶିକ୍ଷୟିତ୍ରୀ । ଏଭଳି ଘଟଣା ଘଟିଛି ଜିଲ୍ଳାର ବସ୍ତା ବ୍ଲକ ମୂଳିଦା ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷୟିତ୍ରୀଙ୍କ ଏମିତି ଘଟଣା ପାଇଁ ଛାତ୍ରର ଅଭିଭାବକ ଥାନାରେ ଦ୍ବାରସ୍ତ ହୋଇଥିବା ଜଣାପଡିଛି ।
ତେବେ ଦ୍ଵିତୀୟ ଶ୍ରେଣୀର ଛାତ୍ର ବିଷ୍ଣୁ କୁମାର ଜେନା ପେନସିଲରେ ଲେଖି ଲିଭାଇବା ପାଇଁ ରବର ଖଣ୍ଡିଏ ଆଣି ନଥିବା ଯୋଗୁଁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣାରେ ଛାତ୍ରର ବାପା ବସ୍ତା ଥାନାର ଆଶ୍ରୟ ନେଇଛନ୍ତି ୲ ଉକ୍ତ ଘଟଣା ନୁଆ ନୁହେଁ ବହୁ ଥର ବିଦ୍ୟାଳୟରେ ଏପରି ଘଟଣା ଘଟୁଥିବା ଗ୍ରାମବାସୀ କହିଛନ୍ତି ୲
ତେବେ ଶିକ୍ଷୟିତ୍ରୀ ଜଣକ ସମସ୍ତଙ୍କ ଆଗରେ ଭୁଲ ସ୍ବିକାର କରିଥିବା ବେଳେ ବିଦ୍ୟାଳୟ କମିଟି ଘଟଣା ସମ୍ପର୍କରେ ଅଭିବାବକମାନଙ୍କୁ ନେଇ ଏକ ସଭା କରି ନିଷ୍ପତି ନେବେ ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ