ବାଲେଶ୍ବର : କରୋନାର ଦ୍ଵିତୀୟ ଲହରର ମୁକାବିଲାକୁ ନେଇ ଓଡିଶାର ବିଭିନ୍ନ ସୀମାରେ ଯାଞ୍ଚ କଡାକଡି କରାଯାଇଛି । ସେହିପରି ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ଓ ଭୋଗରାଇର ପ୍ରବେଶ ପଥରେ ଯାଞ୍ଚ କଡାକଡି କରାଯାଇଛି ।
ଜିଲ୍ଲାର ଜଳେଶ୍ୱର ଓ ଭୋଗରାଇରେ ମୋଟ 82ଟି ଗ୍ରାମ ପଶ୍ଚିମବଙ୍ଗକୁ ଲାଗି ରହିଛି । ଏହି ଗ୍ରାମ ରାସ୍ତା ଗୁଡିକ ସିଲ କରାଯାଇଥିବା ବେଳେ ମୁଖ୍ୟ ରାସ୍ତା ଦେଇ ଓଡିଶା ମଧ୍ୟକୁ ପ୍ରବେଶ ପୂର୍ବରୁ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ନିଆଯାଉଥିବା ବେଳେ ଥର୍ମାଲ ସ୍କ୍ରିନିଂ କରାଯାଉଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ