ବାଲେଶ୍ବର: ଜିଲ୍ଲା ପଥବିକ୍ରେତା ସଂଘର ଜିଲ୍ଲାପାଳ ଅଫିସ ଘେରାଉ । ବାଲେଶ୍ଵର ଶାଖା ପକ୍ଷରୁ ବାଲେଶ୍ଵର ପୌର ପରିଷଦର ବେଆଇନ ଉଚ୍ଛେଦ ଓ ଦୁର୍ନୀତି ବିରୋଧରେ ଉଠାଦୋକାନୀଙ୍କ ବନ୍ଦ ସାଙ୍ଗକୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି ଓଡିଶା ବିକ୍ରେତା ସଂଘ ।
ସହରର ବିକାଶ ପାଇଁ ବିଭିନ୍ନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ରାସ୍ତାକଡରୁ ଉଠାଦୋକାନୀଙ୍କୁ ମଧ୍ୟ ଉଠାଯାଉଛି । ସେମାନଙ୍କର ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନ କରାଯିବାକୁ ନେଇ ପଥବିକ୍ରେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବେଆଇନ ଉଚ୍ଛେଦରୁ ବିରୋଧ କରିଛନ୍ତି ପଥବିକ୍ରେତା ।
ଥଇଥାନ ପୂର୍ବରୁ ଏପରି ଉଚ୍ଛେଦ ବେଆଇନ ବୋଲି ସଂଘ କହିଛି । ଏହାସହ କୋଭିଡ ସମୟରେ ଘୋଷଣା କରାଯାଇଥିବା ସହାୟତା ରାଶି ପ୍ରଦାନରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସକାଳ 6ରୁ ସନ୍ଧ୍ୟା 6 ଯାଏଁ ଦୋକାନ ବନ୍ଦ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବାଲେଶ୍ବର ପଥ ବିକ୍ରେତା ସଂଘ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ