ETV Bharat / state

ପରିବାର ପାଇଁ ବଦଳିଲା ପରିଚୟ, ଚାକିରିଆରୁ ମାଛ ଚାଷୀ - ପରିବାର ପାଇଁ ବଦଳିଲା ପରିଚୟ

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢୁଥିବା ମଣିଷ ହିଁ ସଫଳତା ପାଇଥାଏ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଯୁବକ ରତନଲାଲ ପଣ୍ଡା । ଦିଲ୍ଲୀରେ ବଡ ଚାକିରି ଛାଡ଼ି ହୋଇଗଲେ ସଫଳ ମାଛଚାଷୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ପରିବାର ପାଇଁ ବଦଳିଲା ପରିଚୟ, ଚାକିରିଆରୁ ମାଛ ଚାଷୀ

author img

By

Published : Dec 1, 2020, 3:44 PM IST

Updated : Dec 1, 2020, 6:40 PM IST

ବାଲେଶ୍ବର: କୁହାଯାଏ ମଣିଷ ପରିସ୍ଥିତିର ଦାସ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢୁଥିବା ମଣିଷ ହିଁ ସଫଳତା ପାଇଥାଏ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଯୁବକ ରତନଲାଲ ପଣ୍ଡା । ଦିଲ୍ଲୀରେ ବଡ ଚାକିରି ଛାଡ଼ି ହୋଇଗଲେ ସଫଳ ମାଛଚାଷୀ । ବାୟୋଫ୍ଲୋକ ମାଧ୍ୟମରେ ମାଛଚାଷ କରି ରୋଜଗାର କ୍ଷମ ହେବା ସହିତ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି ।

ରତନ ଉଚ୍ଚଶିକ୍ଷା ପରେ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ଭଲ ଦରମାରେ ଚାକିରି କରୁଥିଲେ । ହେଲେ ଘରେ ବୟସର ଅପରାହ୍ନରେ ପାଦ ଦେଇଥିବା ବାପା ମାଆଙ୍କ ସ୍ବାସ୍ଥ୍ୟବସ୍ଥାକୁ ଚିନ୍ତାରେ ରହୁଥିଲେ ରତନ । ଏହାପରେ ସେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ଚାକିରି କରିଥିଲେ । ମାତ୍ର ଘରେ ବାପା ମାଆଙ୍କ ଦେଖାଶୁଣା କରିବା ପାଇଁ କେହି ନଥିବା ଯୋଗୁଁ ରତନ ବାଧ୍ୟ ହୋଇ ଚାକିରୀ ଛାଡି ସୋର ପଳାଇ ଆସିଥିଲେ ।

ସୋର ଆସିବା ପରେ ଘରେ ବସି କିଛି କରିବାର ଚିନ୍ତା କରୁ କରୁ ଗୁଗୁଲ ଏବଂ ୟୁଟ୍ୟୁବରୁ ଏହିପରି ମାଛଚାଷ ସମ୍ପର୍କରେ ଜାଣିବାକୁ ପାଇଥିଲେ । ପ୍ରଥମେ ଗୋଟିଏ ଟାଙ୍କିରେ ମାଛଚାଷ କରି ସଫଳ ହେବାପରେ ଏବେ ପାଞ୍ଚଟି କୁଣ୍ଡରେ ଦେଶୀ କଉ ମାଛ ଚାଷ କରୁଛନ୍ତି । ଯାହାଫଳରେ ମାସକୁ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଯାହା ତାଙ୍କୁ ଚାକିରି ଠାରୁ ଅଧିକ ରୋଜଗାର ଦେବାସହ ଘରୋଇ କାମ ଏବଂ ବୃଦ୍ଧ ପିତାମାତାଙ୍କ ଦେଖା ଶୁଣା କରିପାରୁଛନ୍ତି ବୋଲି ସେ କହିଛନ୍ତି।

ପରିବାର ପାଇଁ ବଦଳିଲା ପରିଚୟ, ଚାକିରିଆରୁ ମାଛ ଚାଷୀ
ମାଛଚାଷ ପାଇଁ ପଶ୍ଚିମବଙ୍ଗର ମାନ୍ଦ୍ରାଘାଟ ଜାଆଁଳ ବିକ୍ରୟ କେନ୍ଦ୍ରରୁ ଜାଆଁଳ ବ୍ୟବହାର କରିଥାନ୍ତି । ଗୋଟିଏ ଟାଙ୍କିରେ ଦେଶୀ କଉ ମାଛ ପାଇଁ ଖର୍ଚ୍ଚ ହୋଇଥାଏ ୧୨ ରୁ ୧୪ ହଜାର ଟଙ୍କା ଆଉ ବିକ୍ରି ହୋଇଥାଏ ୩୦ ରୁ ୩୫ ହଜାର ଟଙ୍କା । ମାଛ ଉତ୍ପାଦନ ଓ ବିକ୍ରି ପାଇଁ ୧୦୦ ରୁ ୧୨୦ ଦିନ ସମୟ ଲାଗିଥାଏ ।ଯେଉଁ ଶିକ୍ଷିତ ବେକାର ଯୁବକ ମାନେ ଚାକିରି ଅନ୍ବେଷଣରେ ବାହାର ରାଜ୍ୟକୁ ଯାଇ ନିରାଶ ହେଉଛନ୍ତି ସେମାନେ ମଧ୍ୟ ଏମିତି ମାଛ ଚାଷ କରି ରୋଜଗାରକ୍ଷମ ହୋଇ ପାରିବେ ବୋଲି ରତନ କହିଛନ୍ତି । ଏଥିପାଇଁ ରତନ ଇଚ୍ଛୁକ ଯୁବକଯୁବତୀ ମାନଙ୍କୁ ଚାଷ ପ୍ରଣାଳୀ ଶିଖାଇବା ପାଇଁ ମଧ୍ୟ ପ୍ରସ୍ତୁତ ଥିବା ସେ କହିଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Dec 1, 2020, 6:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.