ବାଲେଶ୍ବର: ଯୁବକଙ୍କୁ ପଣବନ୍ଦୀ କରି ଟଙ୍କା ମାଗିବା ଘଟଣା । ସୋର ପୋଲିସ ପଶ୍ଚିମବଙ୍ଗ ଅଞ୍ଚଳରେ ଅପହରଣକାରୀଙ୍କୁ ଠାବ କରିଥିବା ସୂଚନା ମିଳିଛି । ଏହାସହ ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳରେ ଅପହୃତ ତାପସଙ୍କୁ ଉଦ୍ଧାର କରାଯାଇଛି ।
ସୋର ଥାନା କେଶପୁର ଅଞ୍ଚଳର ତାପସ କୁମାର ମହାନ୍ତିଙ୍କୁ ରୋଜଗାର ଦେବା ଆଶାରେ କଲିକତା ଡାକି ସେଠାରେ ତାଙ୍କୁ ପଣବନ୍ଦୀ କରି 4 ପରିବାର ଲୋକଙ୍କୁ ଅପହରଣକାରୀମାନେ 4 ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ସେମାନେ ଏକ ଭିଡିଓ ତାପସଙ୍କ ପତ୍ନୀଙ୍କୁ ପ୍ରେରଣ କରିଥିଲେ । ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସର ଏକ ଟିମ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ରାଜ୍ୟର ଚବିଶପ୍ରଗଣା ଅଞ୍ଚଳରେ ତାପସଙ୍କୁ ଅପହରଣକାରୀମାନେ ରଖିଥିବା ପୋଲିସ ଖବର ପାଇ ସେଠାରୁ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମାତ୍ର ସେଠାକାର ବସ୍ତି ଲୋକେ ସୋର ପୋଲିସକୁ ଅଟକ ରଖିଥିବା ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ