ETV Bharat / state

ମଦ ଆଗରେ ମମତା ତୁଚ୍ଛ, କଟୁରୀରେ ମା’କୁ ମାରିଦେଲା ପୁଅ

author img

By

Published : Feb 18, 2021, 10:31 AM IST

Updated : Feb 18, 2021, 10:40 AM IST

ନୃଶଂସତାର ଚରମ ସୀମା । ନିଜ ଜନ୍ମ କଲା ମାଆକୁ ନିଶାସକ୍ତ ଅବସ୍ଥାରେ ହତ୍ୟା କଲା ପୁଅ । ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ମିରିପୁର ଖଇରା ଗ୍ରାମରେ।

ମଦ ପିଇ ହିତାହିତ ଜ୍ଞାନ ହରାଇ ବସାଇଲା ପୁଅ, କଟୁରୀରେ ମା'କୁ କଲା ହତ୍ୟା

ବାଲେଶ୍ବର: ନିଶାସକ୍ତ ପୁଅର ଆକ୍ରମଣରେ ଚାଲିଗଲା ମା'ର ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନସ୍ଥ ମିରିପୁର ଖଇରା ଗ୍ରାମରେ।

ସୂଚନାନୁସାରେ, ଗ୍ରାମର ରଘୁନାଥ ଶିଅଳଙ୍କ ସାନପୁଅ ଜଗବନ୍ଧୁ ବୁଧବାର ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ମାଆଙ୍କ ସହ ଯୁକ୍ତିତର୍କ କରିଥିଲା। ଏହାକୁ ବିରୋଧ କରିବାରୁ ଜଗବନ୍ଧୁ ବାପା ଓ ଭଉଣୀଙ୍କୁ ମାରିବା ପାଇଁ ଗୋଡ଼ାଇଥଲେ। ଭଉଣୀ ଓ ତାଙ୍କ ବାପା ଭୟଭୀତ ହୋଇ ଘରୁ ବାହାରକୁ ପଳାଇଥିଲେ। ପରେ ଜଗବନ୍ଧୁ ଠେଙ୍ଗା ଓ କଟୁରୀରେ ନିଜ ମାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚି ଅଭିଯୁକ୍ତ ଜଗବନ୍ଧୁଙ୍କୁ ଗିରଫ କରିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 18, 2021, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.