ETV Bharat / state

ବାପାଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କଲେ ପୁଅ - ଚକ୍ଷୁଦାନ କଲେ ବାଲେଶ୍ବରର ମନ୍ମଥ

ବାଲେଶ୍ବରର ମନ୍ମଥ ଆଦେକଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରିଛନ୍ତି ପରିବାରଲୋକେ । ଅଧିକ ପଢନ୍ତୁ

ବାପାଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କଲେ ପୁଅ
ବାପାଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କଲେ ପୁଅ
author img

By

Published : Jul 23, 2022, 2:45 PM IST

ବାଲେଶ୍ବର: ମନ୍ମଥଙ୍କ ମୃତ୍ୟୁ ପରେବି ତାଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ । ବାଲେଶ୍ବରର ମନ୍ମଥ ଆଦେକଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରିଛନ୍ତି ପରିବାରଲୋକେ । ସର୍ପ କାମୁଡାରେ ମନ୍ମଥଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କର ସ୍ୱପ୍ନ ପୂରଣ ପାଇଁ ଚକ୍ଷୁଦାନ ଭଳି ମହତ କାର୍ଯ୍ୟ କରିଛନ୍ତି ପୁଅ । ବସ୍ତା ବ୍ଲକ ଡୁବୁଳିଆ ଗ୍ରାମର ମନ୍ମଥ ଆଦେକ । ସେ କ୍ଷେତରୁ କାମ ସାରି ଘରକୁ ଫେରୁଥିବାବେଳେ ତାଙ୍କୁ ଏକ ବିଷାକ୍ତ ସାପ ଦଂଶନ କରିଥିଲା ।

ବାପାଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କଲେ ପୁଅ

ଫଳରେ ତାଙ୍କୁ ତୁରନ୍ତ ହସ୍ପାଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମନ୍ମଥ ବଞ୍ଚିଥିବା ବେଳେ ତାଙ୍କ ଆଖି ଦାନ କରିଦେବା ପାଇଁ ସେ ପରିବାର ଲୋକଙ୍କ ପାଖରେ କହିଥିଲେ । ଯାହାକୁ ପାଳନ କରିଛନ୍ତି ମନ୍ମଥଙ୍କ ପରିବାର ଲୋକେ। ମନ୍ମଥଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ତାଙ୍କର ଦୁଇଟି ଆଖିଦାନ ପାଇଁ ଘୋଷଣା କରିଥିଲେ । ଚକ୍ଷୁଦାନ ପରେ ପରିବାର ଲୋକେ ମଧ୍ୟ ବେଶ୍‌ ଖୁସି ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.