ETV Bharat / state

ସ୍ବେଚ୍ଛାସେବୀଙ୍କ ବଦାନ୍ୟତା, ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଇଁ ତୋଳିଲେ ଘର

author img

By

Published : Jan 29, 2022, 7:37 PM IST

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ସ୍ବେଚ୍ଛାସେବୀଙ୍କ ପ୍ରଶଂସନୀୟ କାର୍ଯ୍ୟ । ଦୃଷ୍ଟିହୀନ ଦମ୍ପତିଙ୍କ ପାଇଁ ତୋଳିଲେ ଘର । ଅଧିକ ପଢନ୍ତୁ

ସ୍ବେଚ୍ଛାସେବୀଙ୍କ ବଦାନ୍ୟତା, ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଇଁ ତୋଳିଲେ ଘର
ସ୍ବେଚ୍ଛାସେବୀଙ୍କ ବଦାନ୍ୟତା, ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଇଁ ତୋଳିଲେ ଘର

ବାଲେଶ୍ବର: ଭୋଗରାଇ ବ୍ଲକ ପଳାସିଆ ଗ୍ରାମରେ ସ୍ବେଚ୍ଛାସେବୀଙ୍କ ପ୍ରଶଂସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି । ସେମାନେ ଦୀର୍ଘ ଦିନ ଧରି ଅସୁବିଧା ଭୋଗୁଥିବା ଦୃଷ୍ଟିହୀନ ଦମ୍ପତିଙ୍କୁ ସାହାଯ୍ୟ କରିଛନ୍ତି । ନିଜ ପ୍ରଚେଷ୍ଟାରେ ସେମାନେ ଘର ତିଆରି କରି ତାଙ୍କୁ ଥଇଥାନ କରିଥିବା ଦେଖିବାକୁ ମିଳିଛି ।

ଦୃଷ୍ଟିହୀନ ଦମ୍ପତି ଅସହାୟ ଅବସ୍ଥାରେ ଦୀର୍ଘଦିନ ଗଛ ମୂଳରେ ପଡି ରହିଥିଲେ । ଅସହାୟ ଅବସ୍ଥାରେ ଦୀର୍ଘଦିନ ଦମ୍ପତି ରହିବା ପରେ ଗ୍ରାମର କିଛି ବ୍ୟକ୍ତି ଦମ୍ପତିଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ରଖିଥିଲେ । ମାତ୍ର ଥଣ୍ଡାର ପ୍ରକୋପ ଓ ଏହା ସ୍ଥାୟୀ ପ୍ରତିକାର ହୋଇ ନଥିବାରୁ ହେଲ୍ପ ଫର ୟୁ ଫାଉଣ୍ଡେସନ ପକ୍ଷରୁ ଏଥିପାଇଁ ପଦକ୍ଷେପ ନିଆଯାଇଥିଲା । ଦମ୍ପତିଙ୍କ ପାଇଁ ଏକ ଘର ତିଆରି କରି ସେଠାରେ ଖଟ, ନୂତନ ବସ୍ତ୍ର, ରାସନ ସାମଗ୍ରୀ, ପନିପରିବା ମଧ୍ୟ ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.