ETV Bharat / state

ଶୁଣିଲାନି ପ୍ରଶାସନ, କାମରେ କରି ଦେଖାଇଲା ସାମାଜିକ ସଙ୍ଗଠନ - ସାମାଜିକ ସଂଗଠନର ଆଦର୍ଶ ଯୁବ ପରିଷଦ

ରାସ୍ତାରେ ବାଲିଗୋଡି ପକାଇ ରାସ୍ତା ମରାମତି କରିଲା ସୋର ଅଞ୍ଚଳର ସାମାଜିକ ସଂଗଠନର ଆଦର୍ଶ ଯୁବ ପରିଷଦ । ଅଧିକ ପଢନ୍ତୁ

social organization repair road
social organization repair road
author img

By

Published : Aug 10, 2023, 2:25 PM IST

social organization repair road

ବାଲେଶ୍ବର: ବାଲିଗୋଡି ପକାଇ ରାସ୍ତା ମରାମତି କଲା ସ୍ବେଚ୍ଛାସେବା ସଂଗଠନ । ବାଲେଶ୍ବର ଜିଲ୍ଲା ସୋର ବସ ଷ୍ଟାଣ୍ଡରୁ ଓହ୍ଲାଇ ଲୋକମାନେ କାଦୁଅ ରାସ୍ତାରେ ଯାତାୟତ କରୁଥିଲେ । ଏପରିକି ସାଧାରଣ ଲୋକେ ଯାତାୟତ କରିବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ଅନେକ ଥର ପ୍ରଶାସନ ପାଖରେ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଶେଷରେ ସୋର ଅଞ୍ଚଳର ସାମାଜିକ ସଂଗଠନ ଆଦର୍ଶ ଯୁବ ପରିଷଦ ରାସ୍ତାରେ ବାଲିଗୁଡି ପକାଇ ମରାମତି କରିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଏହି ରାସ୍ତାଟି ଔପଦା ଏବଂ ଖିରାର ଟ୍ରାକ୍ଟର ଷ୍ଟାଣ୍ଡ ହୋଇଥିବା ବେଳେ ଜାତୀୟ ରାଜପଥରୁ ବସରୁ ଓହ୍ଲାଇ ଯାତ୍ରୀମାନେ ଚାଲିକି ଯିବା ଆସିବା କରନ୍ତି । ହେଲେ ବର୍ଷାରେ ମାଟି ଧୋଇ ଯାଇ କାଦୁଅ ବଳ ଜମାଟ ବାନ୍ଧି ରହିଥିଲା। ଫଳରେ ଏହି ରାସ୍ତାଟି ଯାତ୍ରୀମାନଙ୍କ ପାଇଁ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପାଣି କାଦୁଅରେ ଯାତାୟତ କରିଥାନ୍ତି । ସେହିପରି ଏହି ରାସ୍ତା ଦେଇ ଶହ ଶହ ଜନସାଧାରଣ ବାଇକ, ଟ୍ରାକ୍ଟର, ଅଟୋ ଆଦି ଯାତାୟାତ କରନ୍ତି । ଏହି ବିପଦ ସଂକୁଳ ରାସ୍ତାରେ ବହୁବାର ଜନସାଧାରଣ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- ନିଜସ୍ୱ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ, ସମୀରଙ୍କୁ ଶିଳାନ୍ୟାସ କରାଇ ଦେଇନଥିଲେ

ଏହା ମଧ୍ୟ ପଢନ୍ତୁ- ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ମାନମାନି ବିରୋଧରେ ଆନ୍ଦୋଳନ ଚେତାବନୀ

ତେବେ ଏହି ଘଟଣା ବିଷୟରେ ସୋର ଅଞ୍ଚଳର ସ୍ବେଚ୍ଛାସେବା ସଂଗଠନ ଆଦର୍ଶ ଯୁବ ପରିଷଦକୁ ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ଜଣାଇବା ପରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏହାକୁ ମରାମତି ପାଇଁ ଅଣ୍ଟା ଭିଡିଥିଲେ । ଭୋର ସମୟରେ ପରିଷଦର ସଦସ୍ୟମାନେ ଶାବଳ, କୋଦାଳ, କଢ଼ା ଧରି ଏହି ରାସ୍ତା ନିକଟରେ ପହଞ୍ଚି ଯାଇଥିଲେ। ରାସ୍ତାର ପିଚୁ ଉପରେ ଜମାଟ ବାନ୍ଧି ଥିବା ମାଟିକୁ ଶାବଳ, କୋଦାଳ ସାହାଯ୍ୟରେ ହାଣି ପରିସ୍କାର କରିଥିଲେ । ଦୀର୍ଘ 5 ଘଣ୍ଟା ପରିଶ୍ରମ କରିବା ପରେ ରାସ୍ତାଟି ସମ୍ପୂର୍ଣ ପରିଷ୍କାର ହୋଇଥିଲା । ଫଳରେ ଲୋକମାନେ ଭଲରେ ଯାତାୟାତ କରି ପାରିଥିଲେ । ଯେଉଁକାମ ପ୍ରଶାସନ କରିବା କଥା ତାହା ସାମାଜିକ ସଂଗଠନ କରିଥିବାରୁ ଅଞ୍ଚଳବାସୀ ସଦସ୍ୟମାନଙ୍କୁ ବେଶ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.