ETV Bharat / state

Free Electricity: ଓଡିଶାରେ ଦେୟମୁକ୍ତ ବିଜୁଳି ପ୍ରଦାନ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ - ବାଲେଶ୍ବର ଜିଲ୍ଲା ଆମ ଆଦମୀ ପାର୍ଟି ନ୍ୟୁଜ

ରାଜ୍ୟରେ ଦେୟମୁକ୍ତ ବିଜୁଳି ପ୍ରଦାନ ଦାବିରେ ଦସ୍ତଖତ ଅଭିଯାନ । ବାଲେଶ୍ବର ଜିଲ୍ଲା ଆମ ଆଦମୀ ପାର୍ଟି(AAP) ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

signature campaign by aap for free electricity in balasore
ଦେୟମୁକ୍ତ ବିଜୁଳି ପ୍ରଦାନ ପାଇଁ ଆପର ଦସ୍ତଖତ ଅଭିଯାନ
author img

By

Published : Apr 18, 2022, 2:56 PM IST

ବାଲେଶ୍ବର: ରାଜ୍ୟରେ ଦେୟମୁକ୍ତ ବିଜୁଳି ପ୍ରଦାନ ଦାବିରେ ଦସ୍ତଖତ ଅଭିଯାନ(Signature Campaign) । ବାଲେଶ୍ବର ଜିଲ୍ଲା ଆମ ଆଦମୀ ପାର୍ଟି(Aam Aadmi Party) ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ମାଗଣା ବିଜୁଳି ଦାବି ନେଇ ଆଜିଠାରୁ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ଏହି ଅଭିଯାନ ଚାଲିବ ।

ଦିଲ୍ଲୀ ଓ ପଞ୍ଜାବ ଭଳି ଓଡ଼ିଶାରେ ମଧ୍ୟ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବାଲେଶ୍ବର ଜିଲ୍ଲା ଆମ ଆଦମୀ ପାର୍ଟି । ମାଗଣା ବିଜୁଳି ଦେବାର ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ତଥ୍ୟ ସହ ଉପସ୍ଥାପିତ କରି ଲୋକମାନଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ।

ନିଜ ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଆପର କର୍ମୀମାନେ ଜନସାଧାରଣଙ୍କୁ ବୁଝାଉଛନ୍ତି । ପ୍ରାୟ ୨୦୦ ଜଣ ସାଧାରଣ ଲୋକ ଏହି ଦସ୍ତଖତ ପତ୍ରରେ ସ୍ଵାକ୍ଷର କରି ଆନ୍ଦୋଳନକୁ ସହଯୋଗ କରିଥିଲେ । ଏହି ଆନ୍ଦୋଳନ ଆଜିଠାରୁ ଆରମ୍ଭ ହୋଇ ଆଗାମୀ ୨ ମାସ ଭିତରେ ବାଲେଶ୍ବର ଜିଲ୍ଲାର ପ୍ରାୟ ଏକ ଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବାର ଦଳ ଲକ୍ଷ୍ୟ ରଖିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.