ବାଲେଶ୍ବର: ବାଲେଶ୍ବରରେ ସେକ୍ସ ରାକେଟ ଚାଲିଥିବା ନେଇ ନେଇ ଅଭିଯୋଗ ହୋଇଛି । ବାଲିଆପାଳ ଥାନା ରେମୁ ଗାଁରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଜଣେ ବାଂଲାଦେଶୀ ଯୁବତୀ ଓ ସ୍ଥାନୀୟ ଗ୍ରାହକଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସଂପୃକ୍ତ ଯୁବତୀ, ଘର ମାଲିକ ଓ ଗ୍ରାହକ ପୋଲିସ ହେପାଜତରେ ଥିବା ଜଣାପଡିଛି।
ସୂଚନା ଅନୁସାରେ, ଉପରୋକ୍ତ ଗ୍ରାମର ପ୍ରଶାନ୍ତ ପାତ୍ର ଓରଫ ମୂଷା ଦୀର୍ଘ ଦିନ ଧରି ନିଜ ଘରେ ବାହାର ଅଞ୍ଚଳରୁ ଯୁବତୀ ଆଣି ଦେହ ବ୍ୟବସାୟ କରୁଥିବା ଗ୍ରାମବାସୀଙ୍କୁ ଜଣାପଡିଥିଲା । ଏନେଇ ଗ୍ରାମବାସୀ ବିଭିନ୍ନ ସମୟରେ ତାଙ୍କୁ ବିରୋଧ କରି ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ ।
ତେବେ ଗତ ରବିବାର ରାତିରେ ପ୍ରଶାନ୍ତଙ୍କ ଘରେ ଅଜଣା ଯୁବତୀ ଓ ଗ୍ରାହକ ଥିବା ଦେଖି ଗ୍ରାମବାସୀ ପ୍ରଶାନ୍ତଙ୍କ ଘରକୁ ଘେରାଉ କରି ବାଲିଆପାଳ ପୋଲିସକୁ ଖବର ଦେଇଥିଲେ ୲ ଗ୍ରାମବାସୀଙ୍କ ସହାୟତାରେ ପ୍ରଶାନ୍ତଙ୍କ ଘରୁ ଜଣେ ବାଂଲାଦେଶୀ ଯୁବତୀ ସହିତ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକକୁ ଉଦ୍ଧାର କରିଥିଲେ ପୋଲିସ ୲
ଏହାପରେ ପୋଲିସ ଘର ମାଲିକ ପ୍ରଶାନ୍ତ ପାତ୍ର ଓ ବାଂଲାଦେଶୀ ଯୁବତୀକୁ ଥାନାକୁ ନେଇଥିଲେ ୲ ମାତ୍ର ପ୍ରଶାନ୍ତଙ୍କ ଘରକୁ ଆସିଥିବା ଗ୍ରାହକ ଯୁବକକୁ ନ ନେବାରୁ ପୋଲିସ ଓ ଗ୍ରାମବାସୀଙ୍କ ଭିତରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା ୲ ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ