ବାଲେଶ୍ବର: ଜଳେଶ୍ବର ଥାନା କୃଷ୍ଣନଗରରେ ସେକ୍ସ ରାକେଟ ଠାବ । ଜଣେ ବଙ୍ଗୀୟ ଯୁବତୀ ଓ ଯୁବକଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପଶ୍ଚିମବଙ୍ଗରୁ ବଙ୍ଗୀୟ ଯୁବତୀ ପ୍ରତ୍ୟେକ ଦିନ ଏଠାକୁ ଆସି ସେକ୍ସ ରାକେଟ ଚାଲୁଥିବାର ଅଭିଯୋଗ ହୋଇଛି । ତେବେ ଘର ଭଡା ବାହାନାରେ ଏଭଳି କାର୍ଯ୍ୟ ଚଳାଉଥିବା ନେଇ ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଇ ଥାନାକୁ ଅଣାଯାଇଛି ।
ତେବେ ଉକ୍ତ ଯୁବତୀ ଅନେକ ସମୟରେ ଭୋଗରାଇ ଅଞ୍ଚଳକୁ ଆସୁଥିବାର ମଧ୍ୟ ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ