ETV Bharat / state

ଅଧାରେ ରହିଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା 3 ଜୀବନ

author img

By

Published : Nov 7, 2022, 11:29 AM IST

Updated : Nov 7, 2022, 12:30 PM IST

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ୟାଙ୍କର ଗାଡ଼ି ଓ ଦୁଇଟି କାର ମଧ୍ୟରେ ଧକ୍କା ହେବା ଫଳରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

several died in road accident in balasore
ଅଧାରେ ରହିଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା 3 ଜୀବନ

ବାଲେଶ୍ଵର: ଅଧାରେ ରହିଗଲା ଜଗା ଦର୍ଶନ । ପୁରୀରେ ପହଞ୍ଚିବା ଆଗରୁ ଦୁର୍ଘଟଣାରେ ଚାଲିଗଲା 3 ଜୀବନ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଜାମୁଝାଡ଼ି ରାଧାବଲ୍ଲଭପୁର ନିକଟରେ ଏକ ତେଲ ଟ୍ୟାଙ୍କର କାରକୁ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8 ଜଣ ଆହତ ହୋଇଛନ୍ତି ।

ଅଧାରେ ରହିଲା ଜଗା ଦର୍ଶନ

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ଦୁଇଟି ପରିବାର ଜଗା ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିଲେ । ରାଧାବଲ୍ଲଭପୁର ଠାରେ ଭଦ୍ରକରୁ ବାଲେଶ୍ଵର ଯାଉଥିବା ଏକ ତେଲ ଟ୍ୟାଙ୍କରର ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ବସିଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଗୋଟିଏ କାର୍‌ ସହିତ ମୁଁହାମୁହିଁ ଧକ୍କା ହେବା ପରେ ପଛରେ ଆସୁଥିବା ଅନ୍ୟ ଏକ କାର୍‌କୁ ଧକ୍କା ଦେଇଥିଲା । ଯାହା ଫଳରେ ପ୍ରଥମ ଗାଡ଼ିରେ ଥିବା ଡ୍ରାଇଭର ସମେତ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ 8ଜଣ ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବେଆଇନ ଗୋରୁ ଚାଲାଣ: 800ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, 4 ଅଟକ

ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ଏବଂ ହାଇୱେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସୋର ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି । ଜାତୀୟ ରାଜପଥ ରାସ୍ତା କାମ ଚାଲୁଥିବାବେଳେ ଦୁର୍ଘଟଣା ହୋଇଥିବା ନେଇ ଅନୁମାନ କରାଯାଉଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Nov 7, 2022, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.