ETV Bharat / state

୧୧ କୋଟିର ବ୍ରାଉନସୁଗର ଜବତ, ୬ ଗିରଫ - ୧୦ କିଲୋ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା

ବାଲେଶ୍ଵର ଫୁଲାଡି ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ଜବତ ୧୦ କିଲୋ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

୧୧ କୋଟିର ବ୍ରାଉନସୁଗର ଜବତ ! ୬ ଗିରଫ
୧୧ କୋଟିର ବ୍ରାଉନସୁଗର ଜବତ ! ୬ ଗିରଫ
author img

By

Published : Oct 28, 2022, 6:52 PM IST

Updated : Oct 28, 2022, 6:58 PM IST

ବାଲେଶ୍ଵର: ଜିଲ୍ଲାର ଫୁଲାଡି ଅଞ୍ଚଳରେ ଚଢ଼ାଉ ପରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ବିଗତ ବର୍ଷ ମାନଙ୍କରେ ଜବତ ହୋଇଥିବା ବ୍ରାଉନସୁଗାର ତୁଳନାରେ ଏହା ସବୁଠାରୁ ଅଧିକ ପରିମାଣର ବୋଲି ଜଣାପଡ଼ିଛି । ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ବିସ୍ତୃତ ଭାବେ ପୂର୍ବାଞ୍ଚଳ ଆଇଜି ଓ ଏସପି ମିଳିତ ଭାବେ ସୂଚନା ପ୍ରଦାନ କରିଛନ୍ତି ।

୧୧ କୋଟିର ବ୍ରାଉନସୁଗର ଜବତ, ୬ ଗିରଫ

ସୂଚନା ଅନୁସାରେ, ଫୁଲାଡି ଅଞ୍ଚଳରେ ବ୍ରାଉନସୁଗର ଡିଲ ଚାଲିଥିବା ବାଲେଶ୍ଵର ସହଦେବଖୁଣ୍ଟା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏକ ଟିମ ଗଠନ କରି ସହଦେବଖୁଣ୍ଟା ପୋଲିସ ଫୁଲାଡି ଅଞ୍ଚଳରେ ଚଢ଼ାଉ କରିଥିଲା । ସେଠାରେ ଅନେକ ଲୋକ ବ୍ରାଉନସୁଗର ଡିଲ କରୁଥିବାବେଳେ ପୋଲିସ ମାଡି ବସିଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିବା ସହ ୧୦ କିଲୋ ବ୍ରାଉନସୁଗର ଜବତ କରିଛି ପୋଲିସ । ଏହାସହ ଗୋଟିଏ ମଟର ସାଇକେଲ, ଗୋଟିଏ ସ୍କୁଟି, ୫ଟି ମୋବାଇଲ ଫୋନ, ଆଧାର କାର୍ଡ ଓ ନଗଦ ୨୧ ହଜାର ଟଙ୍କା ଜବତ କରିଛି ପୋଲିସ ।

ତେବେ ଏତେ ପରିମାଣର ବ୍ରାଉନସୁଗର ବାଲେଶ୍ଵର କେମିତି ଆସିଲା ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମଧ୍ୟପ୍ରଦେଶ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଆୟୁବ ମଧ୍ୟପ୍ରଦେଶର ହୋଇଥିବା ବେଳେ ଶେଖ ହୁସେନ, ଶେଖ ସଫିକ, ଶେଖ ରାଜୁ, ଶେଖ ସମୀର ଓ ରିଣ୍ଟୁ ତରେଇ ଅରଡ଼ ବଜାର ଅଞ୍ଚଳର ବୋଲି ସୂଚନା ଦିଆଯାଇଛି । ତେବେ ଆଗକୁ ଏମିତି ଚଢ଼ାଉ ଜାରି ରହିବ ବୋଲି ଆଇଜି ହିମାଂଶୁ ଲାଲ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Oct 28, 2022, 6:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.