ବାଲେଶ୍ବର: ଜଣେ ସ୍କୁଟି ଚୋରକୁ ଧରି ଉତ୍ତମ ମଧ୍ୟମ ଦେବାପରେ ପୋଲିସ ଜିମାରେ ଦେଇଛନ୍ତି ଗ୍ରାମବାସୀ । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକର ଷଠି ଅଞ୍ଚଳରେ ।
ସୂଚନା ଅନୁସାରେ, ରେମୁଣା ଅଞ୍ଚଳର କମଳାକାନ୍ତ ଦାସ ନିଜ ସ୍କୁଟି ରାସ୍ତାରେ ଛିଡା କରି କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଥିଲେ । ଏହି ସମୟରେ ତାଙ୍କ ସ୍କୁଟିକୁ ଚୋରି କରି ଚୋର ବାହାନଗା ଅଞ୍ଚଳକୁ ପଳାଇ ଯାଇଥିଲା । ଷଠି ଗାଁରେ ସ୍କୁଟି ଖରାପ ହୋଇଯିବାରୁ ସେଠାରେ ଚୋର ତାହା ସଜାଡ଼ିବାକୁ ଚେଷ୍ଟା କରୁଥିବା ବେଳେ ତା ଉପରେ ଗ୍ରାମବାସୀଙ୍କ ନଜର ପଡିଥିଲା । ସ୍କୁଟିର ମାଲିକାନା ସମ୍ପର୍କରେ ଚୋର ଉପଯୁକ୍ତ ଜବାବ ଦେଇ ନପାରିବାରୁ ଲୋକଙ୍କ ସନ୍ଦେହ ହୋଇଥିଲା । ସମସ୍ତେ ମିଶି ଚୋରକୁ ବହେ ମାଡ଼ ମାରି ପୋଲିସରେ ଜିମା ଦେଇଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ