ETV Bharat / state

ହାଇଦର ଏନକାଉଣ୍ଟର: ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ - ସାଇଣ୍ଟିଫିକ ଟିମ

କୁଖ୍ୟାତ ଅପରାଧୀ ହାଇଦରର ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ହାଇଦରର ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ ଟିମ
ହାଇଦରର ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ ଟିମ
author img

By

Published : Jul 25, 2021, 12:20 PM IST

ବାଲେଶ୍ବର: କୁଖ୍ୟାତ ଅପରାଧୀ ହାଇଦରର ଏନକାଉଣ୍ଟର ସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ ଟିମ । ସିମୁଳିଆ ପୋଲିସ ଓ ଫରେନିସକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇଟି ଗୁଳିର ଖୋକା ଜବତ ହୋଇଥିବା ସୂଚନା ମିଳିଛି ।

ହାଇଦରର ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ ଟିମ

ଗତକାଲି(ଶନିବାର) ଗ୍ୟାଙ୍ଗଷ୍ଟାର ହାଇଦରକୁ ଚୌଦ୍ବାର ଜେଲରୁ ବାରିପଦା ଜେଲ ନିଆଯାଉଥିବା ବେଳେ ସିମୁଳିଆ ନିକଟରେ ପରିଶ୍ରା ଯିବାକୁ ହାଇଦର ଏସକର୍ଟ ଟିମକୁ କହିଥିଲା । ଏହାର ସୁଯୋଗ ନେଇ ଖସିଯିବାକୁ ଉଦ୍ୟମ କରିଥିଲା । ହାଇଦର ପୋଲିସ ନିକଟରୁ ବନ୍ଧୁକ ଛଡାଇବାକୁ ଉଦ୍ୟମ କରିଥିଲା । ପରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଆତ୍ମରକ୍ଷା ପାଇଁ ହାଇଦରକୁ ଏନକାଉଣ୍ଟର କରିଥିଲା ବୋଲି ସୂଚନା ଦେଇଥିଲେ କଟକ ଡିସିପି ପ୍ରତୀକ ସିଂ ।

ତେବେ ଏନକାଉଣ୍ଟରରେ ହାଇଦରର ପେଟରେ ଗୁଳି ବାଜିଥିଲା । ଏହି ସବୁ ଘଟଣା ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଘଟିଥିଲା। ଗୁଳି ବାଜିବା ପରେ ହାଇଦରକୁ ପୋଲିସ ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହାଇଦର ମୃତ୍ୟୁ ଘଟିଥିଲା । ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠିବା ପରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.