ETV Bharat / state

ଭତ୍ତା ବଣ୍ଟନ ନେଇ ବିଧାୟକ-ସରପଞ୍ଚ ମୁହାଁମୁହିଁ

ଭତ୍ତା ବଣ୍ଟନ ବେଳେ ବିଜେଡି -ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ । ଉଭୟ ପକ୍ଷଙ୍କ ଧାରଣା ଜାରି । ଅଧିକ ପଢନ୍ତୁ

author img

By

Published : Jan 6, 2022, 6:51 PM IST

Updated : Jan 6, 2022, 7:16 PM IST

ଭତ୍ତା ବଣ୍ଟନକୁ ନେଇ ବିଜେଡି ବିଜେପି ମୁହାଁମୁହିଁ : ବିଧାୟକ-ବିରୋଧୀ ସରପଞ୍ଚଙ୍କ ଧାରଣା

ବାଲେଶ୍ବର: ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟେ ପଟେ ବିଜେପିର ମହିଳା ସରପଞ୍ଚ ଧାରଣା ଦେଇଥିବା ବେଳେ ଅନ୍ୟପଟେ ସଦର ବିଧାୟକ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ,ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବ୍ଲକ ସଭାଗୃହରେ ପଶି ବିଜେପି ସରପଞ୍ଚ ଓ କର୍ମୀମାନେ ସରକାରୀ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।

ଏହା ସହ ବିଧାୟକ ସ୍ୱରୂପ ଦାସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଧାୟକଙ୍କ ସମେତ ବିଜେଡି କର୍ମୀ ଧାରଣାରେ ବସିଛନ୍ତି।

ଅନ୍ୟପଟେ ଅନ୍ୟପଟେ ବିଜେଡି ବିଧାୟକ ନିର୍ବାଚିତ ପ୍ରତିନିଧି ମାନଙ୍କୁ କିଛି ନ ଜଣାଇ ନୂଆ ଭତ୍ତା ବଣ୍ଟନ କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ଭତ୍ତା ବଣ୍ଟନ ଅଭିଯୋଗରେ ବିଜେପି ସରପଞ୍ଚ ଓ କର୍ମୀ ଧାରଣାରେ ବସିଛନ୍ତି । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏବେଠାରୁ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଲାଣି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 6, 2022, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.