ବାଲେଶ୍ଵର: ଲୁଗା ପିନ୍ଧି ଲୁଗା ଚୋରି କଲେ ଚୋର । ରବିବାର ବାଲେଶ୍ଵର ଜିଲ୍ଲା ସୋର ଷ୍ଟେସନ ବଜାରରେ ଥିବା ଏକ ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଗା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ସୋର ଷ୍ଟେସନ ଛକରେ ଥିବା ଦିୟା ଲୁଗା ଦୋକାନର ସ୍କାଏ ଲାଇଟ ଭାଙ୍ଗି ଚୋରମାନେ 1ଲକ୍ଷ 50 ହଜାର ନଗଦ ଟଙ୍କା ସହ ପାଖାପାଖି 2ଲକ୍ଷ 50 ହଜାର ଟଙ୍କାର ଲୁଗାପଟା ଚୋରି କରିନେଇଥିବା ଜଣାପଡିଛି।
ତେବେ ଚୋରମାନଙ୍କ କାରନାମା ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ସେମାନେ ଶାଢ଼ୀ ଘୋଡେଇ ହୋଇ ଚୋରି କରୁଥିବା ହେତୁ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି । ଏପଟେ ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ