ETV Bharat / state

RWSS କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ବନ୍ଦ ଘରୁ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Jan 7, 2024, 8:07 PM IST

Mysterious Death of Junior Engineer: RWSS କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ସରକାରୀ ବାସଭବନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢନ୍ତୁ

Mysterious Death of Junior Engineer
RWSS କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ
RWSS କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ବାଲେଶ୍ବର: RWSS (ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ) କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ସରକାରୀ ବାସଭବନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ କନିଷ୍ଠ ଯନ୍ତ୍ରୀ ଜଣକ ହେଲେ ସଞ୍ଜୟ କୁମାର ନାୟକ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ RWSSରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ସଞ୍ଜୟ । ସୂଚନା ଅନୁସାରେ, ଗତକାଲି (ଶନିବାର) ରାତିରେ ସେ ସବୁଦିନ ଭଳି ଖାଇ ସାରି ଶୋଇବାକୁ ଯାଇଥିଲେ । ହେଲେ ଆଜି ବହୁ ବିଳମ୍ବ ଯାଏଁ ଉଠିନଥିଲେ ।

ଅଫିସ ନଆସିବାରୁ ତାଙ୍କ ସହକର୍ମୀଙ୍କ ମନରେ ସନ୍ଦେହ ଉପୁଜିଥିଲା । ଏଣୁ ସେମାନେ ସଞ୍ଜୟ ରହୁଥିବା ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ସଞ୍ଜୟଙ୍କୁ ବିଛଣା ଉପରେ ପଡିରହିଥିବା ଦେଖିବାକୁ ପାଇଥିଲେ ।

ସେମାନେ ସେଠାରୁ ସଞ୍ଜୟକୁ ନେଇ ତୁରନ୍ତ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସଞ୍ଜୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ୍ୟର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ସରକାରୀ ବାସଭବନରେ ପହଞ୍ଚି ଛାନଭିନ କରିଛି ପୋଲିସ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ବାଲିଆପାଳ ପୋଲିସ । ଏହାସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଲିଆପାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ...ରାୟଗଡ଼ାରେ ପୋଲିସ ଏଫୋଙ୍କ ସନ୍ଦେହଜନକ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ...ବୃଦ୍ଧଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଏହା ମଧ୍ୟ ପଢନ୍ତୁ...ଡମ୍ପିଂ ୟାର୍ଡ଼ରେ ଅର୍ଦ୍ଧଦଗ୍ଧ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ ଆଣିଲେ ପରିବାର ଲୋକ

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁ କିପରି ହେଲା ସେନେଇ ଅଧିକ ତଥ୍ୟ ସାମନାକୁ ଆସିବ । ଅପରପକ୍ଷେ, RWSS କନିଷ୍ଠ ଯନ୍ତ୍ରୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହା ସ୍ବାଭାବିକ ମୃତ୍ୟୁ ନା ସେ କୌଣସି କାରଣ ପାଇଁ ଜୀବନ ହାରିଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଛି । ତାଙ୍କର ପାରିବାରିକ ଜୀବନ କିପରି ଥିଲା, ଅଫିସରେ କୌଣସି ସମସ୍ୟା ଥିଲା କି ନାହିଁ ଏ ତମାମ ଦିଗରେ ଛାନଭିନ ଚଳାଇଛି ପୋଲିସ । ସେପଟେ ଗତ କିଛି ଦିନ ତଳେ ରାୟଗଡ଼ାରେ ଜଣେ ପୋଲିସ ଏଫଓଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ରେଳ ଷ୍ଟେସନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.