ETV Bharat / state

ବାଲେଶ୍ୱର ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ

author img

By

Published : Jun 24, 2022, 10:21 PM IST

ବାଲେଶ୍ଵରରେ ସ୍ବତନ୍ତ୍ର ଟିମ କରି ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ବିଭିନ୍ନ ଅଞ୍ଚଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ଲୋକଠାରୁ ଲୁଟୁଥିଲେ । ଅଭିଯୁକ୍ତମାନଙ୍କ ଠାରୁ ନଗଦ ୫୭ ହଜାର ଟଙ୍କା ଓ ବାଇକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ଵର ଏସପି ।

ବାଲେଶ୍ୱର ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ
ବାଲେଶ୍ୱର ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ

ବାଲେଶ୍ଵର: ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ । ପୋଲିସର ଏକ ସ୍ବତନ୍ତ୍ର ଟିମ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପ୍ରାୟ ୧ ମାସ ଚେଷ୍ଟା ଚଳାଇ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ଆଜି ସେହି ଗ୍ୟାଙ୍ଗର ଅନ୍ୟ ୪ଜଣକୁ ପୋଲିସ ଗିରଫ କରିଥିବା ବେଳେ ଏବେବି ୨ଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ଟଙ୍କା ଜବତ କରାଯାଇଥିବା ବାଲେଶ୍ଵର ଏସପି ସାମ୍ବାଦିକ ମମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ବାଲେଶ୍ୱର ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ

ସୂଚନା ଅନୁସାରେ ବାଲେଶ୍ବର ଟାଉନ ଥାନା, ସହଦେବଖୁଣ୍ଟା ଆଦର୍ଶ ଥାନା ଓ ସୋର ଥାନା ଅଞ୍ଚଳରେ ଲୋକମାନେ ବିଭିନ୍ନ ସମୟରେ ଡକାୟତି ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ଏବଂ ସଦର ଏସଡିପିଓଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଏହି ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ତେବେ ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମାନସ ନାୟକ(୨୬) ସମେତ ବାଲୁବଜାର ଅଞ୍ଚଳର ଶେଖ ଜାଫର(୨୦), ଅବଦୁଲ ହମିଦ ଖାନ(୨୦), ଶେଖ ଜାହୀଦ ହୁସେନ(୨୨) ଓ ଶେଖ ଅରବାଜ (୨୧)କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।

ମୁଖ୍ୟ ଅଭିଯୁକ୍ତ ମାନସ ବିଭିନ୍ନ ବ୍ୟାଙ୍କ ଭିତରେ ବସିରହି ଟଙ୍କା ଉଠାଉଥିବା ବ୍ୟକ୍ତିକୁ ଅନୁସରଣ କରିବା ସହ ଉକ୍ତ ବ୍ୟକ୍ତିଙ୍କ ଫଟୋ ଉଠାଇ ହ୍ଵାଟ୍ସଆପରେ ନିଜର ସହଯୋଗୀଙ୍କୁ ପଠାଉଥିଲା । ସେମାନେ ଫଟୋ ଦେଖି ଟଙ୍କା ନେଇ ଫେରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଟ କରୁଥିଲେ ବୋଲି ପୋଲିସ ପ୍ରକାଶ କରିଛି । ତେବେ ସେମାନଙ୍କ ନିକଟରୁ ନଗଦ ୫୭ ହଜାର ଟଙ୍କା, ତିନୋଟି ମୋବାଇଲ ଫୋନ, ତିନୋଟି ବାଇକ, ତିନୋଟି କଟୁରୀ ଓ ଗୋଟିଏ ଖେଳନା ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.