ETV Bharat / state

ରାସ୍ତାକଡରୁ ମଦ ଦୋକାନ ହଟାଇବା ଦାବି

ନଗ୍ରମ ପଞ୍ଚାୟତରେ ରାସ୍ତା କଡରେ ଥିବା ମଦ ଦୋକାନ ଥିବା ହେତୁ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାଛଡା ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁପ୍ରଭାଵ ପଡୁଥିବା ନେଇ ଅଭିଯୋଗ ହୋଇଛି। ତେଣୁ ମଦ ଦୋକାନ ସ୍ଥାନାନ୍ତର କରାନଗଲେ ଆଗାମୀ ଦିନରେ ଏହାକୁ ନେଇ ସାମୂହିକ ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 1, 2019, 6:44 PM IST

Updated : Jul 1, 2019, 7:04 PM IST

ବାଲେଶ୍ୱର: ମଦ ଦୋକାନ ସ୍ଥାନାନ୍ତରଣ ପାଇଁ ଜୋର ଧରିଲା ଦାବି । ସୋମବାର ବାଲେଶ୍ୱର ଜିଲ୍ଲା ନଗ୍ରମ ପଞ୍ଚାୟତରେ ରାସ୍ତା କଡରେ ଥିବା ମଦ ଦୋକାନ ଥିବା ହେତୁ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ମଦ ଦୋକାନ ସ୍ଥାନାନ୍ତର ନେଇ ସୋମବାର ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ନଗ୍ରମ ପଞ୍ଚାୟତର ଫୁଲାଡି ଛକରେ ଥିବା ମଦ ଦୋକାନ ଯୋଗୁଁ ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁପ୍ରଭାଵ ପଡୁଥିବା ନେଇ ଅଭିଯୋଗ ହୋଇଛି। ଏମିତିକି ସରକାରୀ ନିୟମକୁ ଉଲଙ୍ଘନ କରି ଦୋକାନ ମାଲିକ ରାସ୍ତାକଡରେ ଦୋକାନ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏହାଛଡା ବିଳମ୍ବିତ ରାତି ଯାଏଁ ଦୋକାନ ଖୋଲା ରହୁଥିବାରୁ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

ତେବେ ଏ ସମ୍ପର୍କରେ ଗ୍ରାମବାସୀ ଓ ସରପଞ୍ଚ ବହୁବାର ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ମଦ ଦୋକାନ ସ୍ଥାନାନ୍ତର ନକରାଗଲେ ଆଗାମୀ ଦିନରେ ଏହାକୁ ନେଇ ସାମୂହିକ ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

sgfff

Conclusion:
Last Updated : Jul 1, 2019, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.