ବାଲେଶ୍ଵର: ଧସିଲା ମୁଖ୍ୟରାସ୍ତା, ଯାତାୟତ ବାଧାପ୍ରାପ୍ତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଗାନ୍ଧୀଛକ ମୁଖ୍ୟ ରାସ୍ତା ଧସିଯିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ବାଲେଶ୍ବର ଜିଲ୍ଲାର ବାଲିଆପାଳରୁ ଗାନ୍ଧୀଛକରୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଘଣ୍ଟିଆଡି ଠାରେ 10 ଫୁଟର ଖାତ ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟାତ ସମ୍ପୂର୍ଣ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ଦୀର୍ଘବର୍ଷର ପୁରୁଣା ପୋଲ ହୋଇଥିବାରୁ ଏମିତି ଧସିଯାଇଥିବା ଜଣାପଡିଛି । ଅସ୍ଥାୟୀ ଭାବେ ଯାତାୟତ ବ୍ୟବସ୍ଥା ପାଇଁ ବାଲିବସ୍ତା ପକାଯାଇଛି । ମଝି ରାସ୍ତାରେ ରାସ୍ତା ଧସି ଯିବା ଯୋଗୁଁ ସାଧାରଣ ଲୋକ ଯାତାୟତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ