ETV Bharat / state

ସ୍କୁଟିକୁ ପିଟିଲା କ୍ରେନ: ବାପା-ଝିଅ ମୃତ

author img

By

Published : Dec 23, 2020, 7:58 PM IST

ବାଲେଶ୍ବରରେ ସ୍କୁଟିକୁ ପିଟିଲା କ୍ରେନ । ଦୁଇ ମୃତ, ତଦନ୍ତ ଜାରି । ଅଧିକ ପଢନ୍ତୁ...

road accident in baleswar
ସ୍କୁଟିକୁ ପିଟିଲା କ୍ରେନ, ଦୁଇ ମୃତ

ବାଲେଶ୍ବର : ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅଧିନ ରାମେଶ୍ବର ମନ୍ଦିର ନିକଟରେ ଏକ କ୍ରେନ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଜଣ ବାପା ଝିଅ ବୋଲି ଜଣାପଡ଼ିଥିବାବେଳେ ସେମାନଙ୍କ ପରିଚୟ ଜଣାପଡିନାହିଁ । ଏକ ଟ୍ରକକୁ କ୍ରେନ ଜରିଆରେ ଅଣାଯାଉଥିବାବେଳେ କ୍ରେନଟି ପ୍ରଥମେ ଏକ ଅଟୋକୁ ଧକ୍କା ଦେଇ ପରେ ସ୍କୁଟିରେ ଯାଉଥିବା ବାପା ଝିଅଙ୍କୁ ଧକ୍କା ଦେଇଥିଲା ।

ସ୍କୁଟିକୁ ପିଟିଲା କ୍ରେନ, ଦୁଇ ମୃତ

ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ପରେ ସହଦେବଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.