ETV Bharat / state

ଫୁଲୁଛି ନଦୀ, ବନ୍ୟା ଆଶଙ୍କା !

ଲଗାଣ ବର୍ଷା ଫଳରେ ବାଲେଶ୍ବର ଜିଲ୍ଲାରେ ପ୍ରବାହିତ ପ୍ରମୁଖ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ । ଏବେ ଜିଲ୍ଲାବାସୀଙ୍କୁ ବର୍ଷା ବିତ୍ପାତ ଡରାଇବାରେ ଲାଗିଛି । ଅନ୍ୟପଟେ ବନ୍ୟା ଆଶଙ୍କା ଦେଖାଦେଇଛି ।

author img

By

Published : Aug 18, 2019, 1:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ବନ୍ୟାରେ ବେହାଲ । ଏତଦ୍‌ବ୍ୟତୀତ ଆଉ କେତେକ ସ୍ଥାନରେ ବନ୍ୟାର ଆଶଙ୍କା ଉପୁଜିଛି । ଲଗାଣ ବର୍ଷା ଫଳରେ ବାଲେଶ୍ବର ଜିଲ୍ଲାରେ ପ୍ରବାହିତ ପ୍ରମୁଖ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ । ଏବେ ଜିଲ୍ଲାବାସୀଙ୍କୁ ବର୍ଷା ବିତ୍ପାତ ଡରାଇବାରେ ଲାଗିଛି । ଅନ୍ୟପଟେ ବନ୍ୟା ଆଶଙ୍କା ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ସୂଚନା ଅନୁସାରେ ଜିଲ୍ଲାର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି।

ମଥାନୀ ଠାରେ ନଦୀର ଜଳସ୍ତର 5.50 ମିଟର ଥିବାବେଳେ ସକାଳ 9ଟା ସୁଧା 5.20 ମିଟରରେ ଜଳ ପ୍ରବାହିତ ହେଉଛି । ଘଣ୍ଟା ପ୍ରତି 0.02ମିଟର ଜଳ ବଢୁଥିବାର ଦେଖିବାକୁ ମିଳିଛି । ଯଦି ଏହିଭଳି ଭାବରେ ବର୍ଷା ଲାଗି ରହେ ତେବେ ବସ୍ତା ବ୍ଳକ୍‌ର 10 ଟି ପଞ୍ଚାୟତ ଓ ସଦର ବ୍ଳକ୍ ର 2ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା କରାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବଢୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀ ର ଜଳସ୍ତର ବଢିବାରେ ଲାଗିଛି । ନଦୀ ର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ଥଳ ବଢିବାରେ ଲାଗିଛି। ନଦୀର ମଥାନୀ ଠାରେ ବିପଦ ସଙ୍କେତ 5.50 ଥିବାବେଳେ ସକାଳ 9ଟା ସୁଧା 5.20 ମିଟରରେ ଜଳ ପ୍ରବାହିତ ହେଉଛି । ଘଣ୍ଟା ପ୍ରତି 0.02ମିଟର ଜଳ ବଢୁଥିବାର ଦେଖିବାକୁ ମିଳିଛି । ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ ର 10 ଟି ପଞ୍ଚାୟତ ଓ ସଦର ବ୍ଳକ୍ ର 2ଟି ପଞ୍ଚାୟତରେ ବନ୍ଯା ହେବାର ଆଶଙ୍କା କରାଯାଉଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.